ବାବ୍ରି ମସଜିଦ୍‌ ଭଙ୍ଗା ମାମଲା: କଲ୍ୟାଣ ସିଂହଙ୍କ ବିରୋଧରେ ଚାର୍ଜଫ୍ରେମ୍‌, ଜାମିନ ମିଳିଲା

ଲକ୍ଷ୍ନୌ: ୧୯୯୨ ମସିହାର ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂହ ଆଜି ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଥିଲେ। କୋର୍ଟ କଲ୍ୟାଣ ସିଂହଙ୍କ ବିରୋଧରେ ବାବ୍ରି ମସଜିଦ୍‌ ଧ୍ବଂସ ମାମଲାରେ ଚାର୍ଜ ଫ୍ରେମ୍‌ କରିଛନ୍ତି ଏବଂ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୮୭ ବର୍ଷୀୟ କଲ୍ୟାଣ ସିଂହ ପୂର୍ବରୁ ରାଜସ୍ଥାନ ରାଜ୍ୟପାଳ ଭାବେ ସାମ୍ବିଧାନିକ କ୍ଷମତାର ଅଧିକାରୀ ହୋଇଥିବାରୁ ତାଙ୍କ ବିରୋଧରେ ଏହି ମାମଲାରେ କୌଣସି ବିଚାରଣ ଆରମ୍ଭ ହୋଇନିଥଲା। ତେବେ ନିକଟରେ ରାଜସ୍ଥାନ ରାଜ୍ୟପାଳ ଭାବେ ତାଙ୍କ କାର୍ଯ୍ୟକାଳ ଶେଷ ହେବାପରେ ତାଙ୍କ ବିରୋଧରେ ଏହି ମାମଲାରେ ବିଚାର ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର