ନୂଆଦିଲ୍ଲୀ: ଆଜି ଆସିବ ବାବ୍ରି ମସଜିଦ୍ ଧ୍ୱଂସ ମାମଲାର ରାୟ । ଏ ନେଇ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତରେ ଶୁଣାଣି ହେବ । ସିବିଆଇର ସ୍ୱତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବ କୋର୍ଟ ପରିସରରେ ଶୁଣାଣି ଲାଗି ପହଞ୍ଚିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁରଲି ମନୋହର ଯୋଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏହି ଶୁଣାଣିରେ ଉପସ୍ଥିତ ରହିବେ। ବାବ୍ରି ମସଜିଦ୍ ଧ୍ୱଂସ ମାମଲାରେ ମୋଟ୍ ୪୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହା ମଧ୍ୟରୁ ୧୭ ଅଭିଯୁକ୍ତଙ୍କର ପରଲୋକ ଘଟିଛି । ଅନ୍ୟ ୩୨ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଏବଂ ଉମାଭାରତୀ ପ୍ରମୁଖ । ୬ ଡିସେମ୍ୱର ୧୯୯୨ ମସିହାରେ ବାବ୍ରି ମସଜିଦକୁ କରସେବକମାନେ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ଉତ୍ତରପ୍ରଦେଶରେ ଭୀଷଣ ସାଂପ୍ରଦାୟିକ ଦଙ୍ଗା ହୋଇଥିଲା।
Image Source: Zee Newsଆଜି ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାର ରାୟ ଶୁଣାଇବେ । ତେବେ ଏହି ରାୟ ପ୍ରକାଶ ବେଳେ କୋର୍ଟରେ ଲାଲକୃଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ ଏବଂ ଉମାଭାରତୀ ଉପସ୍ଥିତ ରହିବେ ନାହିଁ ବୋଲି ଜଣାଇଛନ୍ତି । ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣ ଲୋକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-240.jpg)