ବାବ୍ରି ମସ୍‌ଜିଦ ଧ୍ୱଂସ ପରବର୍ତ୍ତୀ ଘଟଣାକ୍ରମ

୧୯୯୨: ବିଜେପି, ଭିଏଚ୍‌ପି ଓ ଶିବସେନା ସମର୍ଥନରେ ଡିସେମ୍ବର ୬ରେ କରସେବକମାନେ ବାବ୍ରି ମସଜିଦକୁ ଭାଙ୍ଗି ଧୂଳିସାତ କରିଥିଲେ। ଏହି କାରଣରୁ ବଡ଼ ସାଂପ୍ରଦାୟିକ ଦଙ୍ଗା ଘଟି ୨ହଜାର ଲୋକ ପ୍ରାଣ ହରାଇଥିଲେ। ଘଟଣାର ତଦନ୍ତ ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଡିସେମ୍ବର ୧୬ରେ ଜଷ୍ଟିସ ଏମ୍‌ଏସ୍‌ ଲିବରହାନଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିଥିଲେ।
୨୦୦୧: ବାବ୍ରି ମସଜିଦ ଭଙ୍ଗା ଘଟଣାର ବର୍ଷ ପୂର୍ତ୍ତି ଅବସରରେ ସାଂପ୍ରଦାୟିକ ବିବାଦ ସୃଷ୍ଟି ହୋଇଥିଲା। ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭିଏଚ୍‌ପି ପ୍ରତିଶ୍ରୁତିବଦ୍ଧତା ଘୋଷଣା କରିଥିଲା।
୨୦୦୨: ଫେବ୍ରୁଆରିରେ ଗୁଜୁରାଟର ଗୋଧ୍ରାଠାରେ ଅଯୋଧ୍ୟାକୁ ଯାଉଥିବା କରସେବକମାନଙ୍କ ଟ୍ରେନ୍‌ରେ ନିଆଁ ଲଗାଇ ଦିଆଯିବାରୁ ୫୮ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ଏହି ଘଟଣାରୁ ବିରାଟ ଦଙ୍ଗା ଘଟିଥିଲା। ଏଥିରେ ସହସ୍ରାଧିକ ପ୍ରାଣ ହରାଇଥିବା କୁହାଯାଏ। ବିବାଦୀୟ ସ୍ଥଳରେ ଏକ ମନ୍ଦିର ଥିଲା କି ନାହିଁ ତାହା ନିରୂପଣ ନିମନ୍ତେ ହାଇକୋର୍ଟ ଭାରତୀୟ ପ୍ରତ୍ନତାତ୍ତ୍‌ିକ ସର୍ଭେକୁ ନିର୍ଦ୍ଦେଶ ଦେଇଥିିଲେ। ବିବାଦୀୟ ସ୍ଥଳର ପ୍ରକୃତ ମାଲିକ କିଏ, ଏନେଇ ରିପୋର୍ଟ ଦେବାକୁ ୩ଜଣ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଏପ୍ରିଲରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।
୨୦୦୯: ଲିବରହାନ କମିଶନ ଜୁନ୍‌ରେ ରିପୋର୍ଟ ଉପସ୍ଥାପନ କରି ସେଥିରେ ମସଜିଦ ଭଙ୍ଗପାଇଁ ବିଜେପି ରାଜନୀତିଜ୍ଞମାନଙ୍କୁ ଦାୟୀ କରିଥିlଲ। ଏହାକୁ ନେଇ ସଂସଦରେ ହୋହାଲ୍ଲା ସୃଷ୍ଟି ହୋଇଥିଲା।
୨୦୧୦: ସମସ୍ତ ମାମଲାର ବିଚାର କରି ଆଲାହାବାଦ ହାଇକୋର୍ଟ ବିବାଦୀୟ ସ୍ଥଳକୁ ସମାନ ୩ଭାଗରେ ବିଭକ୍ତ କରି ଗୋଟିଏ ଭାଗ ହିନ୍ଦୁ ମହାସଭାର ଦାବି ଅନୁଯାୟୀ ରାମ ଲାଲାଙ୍କୁ, ଦ୍ୱିତୀୟ ଭାଗ ଓ୍ଵାକଫ ବୋର୍ଡକୁ ଓ ଆଉ ଏକ ଭାଗ ନିର୍ମାହି ଆଖଡ଼ାକୁ ଦେବାକୁ ରାୟ ଦେଇଥିିଲେ। ଡିସେମ୍ବରରେ ଏହି ରାୟକୁ ହିନ୍ଦୁ ମହାସଭା ଓ ଓ୍ଵାକଫ ବୋର୍ଡ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
୨୦୧୧: ସୁପ୍ରିମ କୋର୍ଟ ମେ’ମାସରେ ହାଇକୋର୍ଟ ରାୟ ଉପରେ ରୋକ୍‌ ଲଗାଇ ସ୍ଥିତାବସ୍ଥା ବଜାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ।
୨୦୧୪: ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ଶାସନ କ୍ଷମତା ହାସଲ କରିଥିଲା।
୨୦୧୫: ରାମ ମନ୍ଦିର ନିର୍ମାଣ ପାଇଁ ଭିଏଚ୍‌ପି ପକ୍ଷରୁ ଦେଶବ୍ୟାପୀ ପଥର ସଂଗ୍ରହ ଅଭିଯାନ ଆରମ୍ଭ ହୋଇ ଏକ ଓ୍ଵାର୍କସପ ପ୍ରତିଷ୍ଠା କରାଯାଇଥିଲା।
୨୦୧୭: ବାବ୍ରି ମସଜିଦ ଭଙ୍ଗ ଘଟଣାରେ ଆଡଭାନି ଓ ଅନ୍ୟ ନେତାମାନଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହେବନାହିଁ ବୋଲି ସୁପ୍ରିମ କୋର୍ଟ ମତ ଦେଇଥିଲେ।
୨୦୧୭: ସିବିଆଇ ଆବେଦନକୁ ଗ୍ରହଣ କରି ସୁପ୍ରିମ କୋର୍ଟ ବାବ୍ରି ମସଜିଦ ଭଙ୍ଗ ଘଟଣାରେ ଆଡଭାନି ଓ ଅନ୍ୟ ନେତାମାନଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର ମାମଲା ଆରମ୍ଭ କରିବାକୁ ଆଦେଶ ଦେଲେ।

ସମ୍ବନ୍ଧିତ ଖବର