ବାବ୍ରି ମସଜିଦ୍‌ ଧ୍ୱଂସ ମାମଲା :ବିଚାର ପ୍ରକ୍ରିୟା ବିଳମ୍ବ ଯୋଗୁ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ବାବ୍ରି ମସଜିଦ୍‌ ଧ୍ୱଂସ ମାମଲାରେ ବିଚାର ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ବିଚାର ପ୍ରକ୍ରିୟା ସରିବାକୁ ଆଉ କେତେ ଦିନ ଲାଗିବ ବୋଲି ସୁପ୍ରିମ୍‌ କୋର୍ଟ ଆଜି ମାମଲାର ବିଚାର କରୁଥିବା ଲକ୍ଷ୍ନୌ କୋର୍ଟର ଜଣେ ବିଚାରପତିଙ୍କୁ ପ୍ରଶ୍ନ କରିଛନ୍ତି। ଗୋଟିଏ ପଟେ ବାବ୍ରି ମସଜିଦ୍‌ ଧ୍ୱଂସ ମାମଲାର ବିଚାର ପ୍ରକ୍ରିୟା ଶେଷ କରିବା ନେଇ ସୁୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରି ସାରିଥିବାବେଳେ ଅନ୍ୟପକ୍ଷେ ବିଚାରପତି ଆର ଏଫ୍‌ ନରିମାନ୍‌ ଏବଂ ବିଚାରପତି ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ଆଜି ଲକ୍ଷ୍ନୌ କୋର୍ଟ ବିଚାରପତିଙ୍କୁ ରିପୋର୍ଟ ତଲବ କରିଛନ୍ତି। ବିଚାର ପ୍ରକ୍ରିୟା କେବେ ସରିବ ତାହା ଏଥିରେ ଦର୍ଶାଇବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର