ନୂଆଦିଲ୍ଲୀ: ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟ । ପଶ୍ଚିମବଙ୍ଗରୁ ବିଜେପି ସାଂସଦ ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସମାଜ ସେବା କରିବାକୁ ସେ ରାଜନୀତିରେ ଯୋଗ ଦେଇଥିଲେ | ଏବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଉ ରାଜନୀତିରେ ରହିବା ଆବଶ୍ୟକ ନୁହେଁ | ତେବେ ରାଜନୀତି ଛାଡିବା ନେଇ ବାବୁଲ ସୁପ୍ରିୟ କିଛି ନିର୍ଦ୍ଧିଷ୍ଟ କାରଣ କହିନାହାନ୍ତି |
ଉଲ୍ଲେଖଯୋଗ୍ୟ, ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।
BJP MP & ex-Union Minister Babul Supriyo quits politics, makes an announcement through his Facebook page.
“Goodbye. I’m not going to any political party. TMC, Congress, CPI(M) nobody has called me, I’m not going anywhere…One need not be in politics to do social work,” he posts pic.twitter.com/MLSHfaFq6x
— ANI (@ANI) July 31, 2021
ରାଜନୀତି ଛାଡୁଥିବା ନେଇ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ସେ ଲେଖିଛନ୍ତି ଯେ “ମୁଁ ସମସ୍ତଙ୍କୁ ଖୁସି କରିବାକୁ ରାଜନୀତିକୁ ଆସିନଥିଲି | ଏହା ମୋ ଦ୍ୱାରା ସମ୍ଭବ ନୁହେଁ କି ଏଭଳି କରିବାକୁ ମୁଁ କେବେ ଚେଷ୍ଟା କରିନାହିଁ | ଏହି କାରଣରୁ ମୁଁ ସମସ୍ତଙ୍କ ନିକଟରେ ଭଲ ହୋଇ ପାରିଲି ନାହିଁ ।