ଜୁଲାଇ ୩୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ, ଆଜି ଟିଏମସିିରେ ଯୋଗ ଦେଲେ ବାବୁଲ ସୁପ୍ରିୟ

ନୂଆଦିଲ୍ଲୀ: ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ଜୁଲାଇ ୩୧,୨୦୨୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ। ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ଦାବି କରି ରାଜନୀତି ଛାଡ଼ୁଥିବା ନେଇ ଘୋଷଣା କରିବା ପରେ ଆଜି ଏଭଳି ଖବର ସାମ୍ନାାକୁ ଆସିଛି। ବାବୁଲ ସୁପ୍ରିୟ ଟିଏମସିରେ ଯୋଗ ଦେବା ଖବର ସମସ୍ତଙ୍କୁୁ ଆଶ୍ଚର୍ଯ୍ୟ କରିଛି।

ଟିଏମସି ପକ୍ଷରୁ ଟୁଇଟ କରି ସୂଚନା ଦିିଆଯାଇଛି ଯେ, ଆଜି ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଦଳର ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍‌ଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ବାବୁଲ ସୁପ୍ରିଓ ଟିଏମସି ପରିବାରରେ ଯୋଗ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।

ସମ୍ବନ୍ଧିତ ଖବର