ଦଳର ପ୍ରମୁଖ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇଥିବାରୁ ମୁଁ ମମତାଙ୍କୁ ଧନ୍ୟବାଦ ଜଣାଉଛି: ବାବୁଲ ସୁପ୍ରିଓ

କୋଲକାତା: ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତକାଲି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଥିଲେ। ଜୁଲାଇ ୩୧,୨୦୨୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ ବି ଗତକାଲି ସେ ନିଜର ନିଷ୍ପତ୍ତି ବଦଳାଇଥିଲେ | ତେବେ ଟିଏମସିରେ ଯୋଗ ଦେବା ପରେ ବାବୁଲ ସୁପ୍ରିୟ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଦଳର ପ୍ରମୁଖ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିଥିବାରୁ ବାବୁଲ ସୁପ୍ରିଓ ଦୁହିଁଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ଆଜି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବାବୁଲ ସୁପ୍ରିଓ କହିଛନ୍ତି, “ଯଦି ମୁଁ ଏକାଦଶ କିମ୍ବା ପ୍ରଥମ ଶ୍ରେଣୀରେ ରହି ଖେଳିବାର ସୁଯୋଗ ନ ପାଏ, ତେବେ ମୁଁ ଜୁନିଅର ସ୍ତରରେ ଖେଳିବି ନାହିଁ। ମୁଁ ପ୍ରମୁଖ -୧୧ ରେ ରହିବାକୁ ଚାହେଁ | ମୋତେ ପ୍ରମୁଖ ୧୧ରେ ଜଡିତ କରିଥିବାରୁ ମୁଁ ଅଭିଷେକ ଏବଂ ମମତାଙ୍କୁ ଧନ୍ୟବାଦ ଜଣାଉଛି | ଏହା ପ୍ରେରଣାଦାୟକ ଅଟେ | ଟିଏମସି ମୋ ରାଜନୀତି ଛାଡିବାର ନିଷ୍ପତ୍ତି ବଦଳାଇବା ସହ ମୋତେ ଉତ୍ସାହିତ କରିବାରେ ସକ୍ଷମ ହୋଇଛି । ଗତ ଚାରି ଦିନ ମଧ୍ୟରେ ସେମାନେ ମୋତେ ଉତ୍ସାହିତ କରିଛନ୍ତି। ”

ଉଲ୍ଲେଖଯୋଗ୍ୟ, ୨୦୧୪ ରେ ବିଜେପିରେ ଯୋଗଦେଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ବାବୁଲ ସୁପ୍ରିୟ। ସେ ବିଜେପି ଟିକେଟରୁ ଆସାନସୋଲ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢି ୨ ଥର ସାଂସଦ ଭାବେ ବିଜୟୀ ହୋଇଥିଲେ । ଏହା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବେଶ ଓ ଜଙ୍ଗଲ ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ ।

ସମ୍ବନ୍ଧିତ ଖବର