ନୂଆଦିଲ୍ଲୀ: ଯେଉଁମାନେ ଟ୍ରେନ୍ରେ ଯାତ୍ରା କରିଥାନ୍ତି, ଯାତ୍ରା ସମୟରେ ମୋବାଇଲରେ ନେଟ୍ଓ୍ଵାର୍କ ସମସ୍ୟା କେତେ ଦେଖାଯାଇଥାଏ ତାହା ଜାଣିଥିବେ । ଯାତ୍ରା ସମୟରେ ଗୋଟେ କଲ୍ କରିବା ପାଇଁ ଯାତ୍ରୀମାନଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ ଏକ ଭିନ୍ନ ଉପାୟ ବାହାର କରିଥିବା ଦେଖାଯାଇଛି । ଯାହାକୁ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭୋଡ଼ାଫୋନର ନେଟ୍ଓ୍ଵାର୍କ ପାଇଁ ବାବୁଲ ସୁପ୍ରିୟ ନିଜ ସହ ପଗ୍ କୁକୁର ନେଇ ଯାତ୍ରା କରୁଥିବା ଦେଖାଯାଇଥିଲା । ଯାହାକୁ ଲୋକମାନେ ଭୋଡ଼ାଫୋନ କୁକୁର ଭାବରେ ଜାଣିଛନ୍ତି । ବାବୁଲ ସୁପ୍ରିୟ ଯାତ୍ରା କରିବା ସମୟରେ ପଗ୍ କୁକୁରର ଫଟୋ ମଧ୍ୟ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଥିବା ଦେଖାଯାଇଥିଲା ।
/sambad/media/post_attachments/wp-content/uploads/2018/11/babul-supriyo_650x400_81465041109-300x185.jpg)
ମଙ୍ଗଳବାର ସକାଳ ସମୟରେ ସେ ଟୁିଇଟ୍ କରି, "ମୁଁ ନିଜର ପଗ୍ ଏଡ଼ିକୁ ରାଜଧାନୀ ଟ୍ରେନ୍ରେ ସାଥୀରେ ନେଇ ଆସିଛି । ଏହି ଆଶାରେ କି ଯାତ୍ରା ସମୟରେ ଭୋଡ଼ାଫୋନ ନେଟ୍ଓ୍ଵାର୍କ ମୋ ସହ ରହିବ । କାରଣ ପଗ୍ ତାଙ୍କର ବ୍ରାଣ୍ଡ ଆମ୍ବାସାଡ଼ାର ହୋଇଥିବା ବେଳେ ସେମାନେ ତାଙ୍କ ବିଜ୍ଞାପନରେ ଏହି ଦାବି କରିଥାନ୍ତି" ବୋଲି ଲେଖିଥିଲେ । ବାବୁଲ ସୁପ୍ରିୟଙ୍କ ଏହି ଟୁଇଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।