୨୧ ସୁଦ୍ଧା ସଫା ହୋଇଯିବ ମମତାଙ୍କ ଦଳ: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ପଶ୍ଚିମବଙ୍ଗର ବିଜେପି ସାଂସଦ ବାବୁଲ ସୁପ୍ରିୟୋ ୨୦୨୧ ମସିହା ସୁଦ୍ଧା ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସଫା ହୋଇଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି | ବାବୁଲ ଲେଖିଛନ୍ତି ଯେ ୨୦୧୯ ନିର୍ବାଚନରେ ତୃଣମୂଳ କଂଗ୍ରେସ ଅଧା ହୋଇଯାଇଥିବାବେଳେ ୨୦୨୧ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ନିଶ୍ଚିହ୍ନ ହୋଇଯିବ | ପ୍ରକୃତରେ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଲାଣି |

ଲୋକସଭା ନିର୍ବାଚନରେ ବିଜେପିକୁ ୧୮ଟି ଆସନ ମିଳିଥିବାବେଳେ ବିଜେପି ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନକୁ ଜୋରଦାର କରାଯାଇଛି |ବଙ୍ଗଳା ସିନେ ଜଗତର କିଛି ଅଭିନେତା ଓ ଅଭିନେତ୍ରୀଙ୍କୁ ବିଜେପିରେ ସାମିଲ କରି ଦଳ ଶକ୍ତି ବଢାଇବାକୁ ଯୋଜନା କରିଛି | ଲୋକସଭା ନିର୍ବାଚନ ପରେ ରବିବାର ଦିନ ମମତା ଏକ ବିଶାଳ ରାଲି କରି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବର୍ଷିଥିଲେ |

ମମତା କହିଥିଲେ ଯେ ଲୋକସଭା ନିର୍ବାଚନରେ ବିଜେପି ଇଭିଏମ, ସିଆରପିଏଫ ଓ ନିର୍ବାଚନ କମିଶନଙ୍କ ବ୍ୟବହାର କରି ଜିତିଯାଇଛନ୍ତି | ଏଠାରେ ସୂଚନା ଥାଉ କି ରବିବାର ଦିନ ବଙ୍ଗୀୟ ଟେଲି ଓ ଚଳଚ୍ଚିତ୍ର ଅଭିନେତ୍ରୀ ରିମ୍‌ଝିମ୍‌ ମିତ୍ରଙ୍କ ସମେତ ଅଭିନେତା ସୂରଜିତ୍‌ ଚୌଧୁରୀ ଏବଂ ମଡେଲ୍‌ ପାମିଲା ଗୌସ୍ୱାମୀ ମଧ୍ୟ ବିଜେପିରେ ସାମିଲ୍‌ ହୋଇଥିଲେ ।

ସମ୍ବନ୍ଧିତ ଖବର