ନିଜ ଶିଶୁକୁ ଧରି ସର୍ଭିସ ଷ୍ଟେସନରେ ଠିଆ ହୋଇଥିବା ସମୟରେ ଘଟିଲା ଅଘଟଣା,ଭିଡିିଓରେ ଏମିତି ଥିଲା ସେ ସମୟର ଦୃଶ୍ୟ

ନୂଆଦିଲ୍ଲୀ : ଚୀନ୍‌ରେ ଜଣେ ମହିଳାଙ୍କ ସହ ଘଟିଥିବା ଘଟଣାର ଭିଡ଼ିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଶିଶୁକୁ ନେଇ ସେ କାର ସିର୍ଭିସିଙ୍ଗ କରିବାକୁ ଯାଇଥିବା ସମୟରେ ତାଙ୍କ ସହ ଯେଉଁ ଘଟଣା ଘଟିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିର୍ଭିସ ଷ୍ଟେସନରେ କାମ ଚାଲୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଘଟଣା କଏଦ ହୋଇ ଯାଇଥିଲା । ସେ ସମୟରେ ଦୃଶ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯିବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।

 ସୂଚନା ମୁତାବକ,ମହିଳା ନିଜ ଶିଶୁକୁ ନେଇ ଏକ ସର୍ଭିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ସମୟରେ ସେ ଠିଆ ହୋଇଥିବା ସ୍ଥାନରେ ଏକ ଚକାରେ ପବନ ଦିଆଯାଉଥିଲା । କର୍ମଚାରୀଜଣଙ୍କ ଚକାକୁ ସେଠାରେ ଛାଡ଼ି ଅନ୍ୟ କାମରେ ଚାଲିଯିବାର କିଛି ସମୟ ପରେ ଚକାଟି ଫାଟି ଯାଇଥିଲା । ଯାହାଦ୍ୱାରା ପାଖରେ ଠିଆ ହୋଇଥିବା ମହିଳା ଏବଂ ତାଙ୍କୁ ଶିଶୁ ଛିଟିକି ପଡ଼ିଥିଲେ । ଭିଡ଼ିଓରେ ମହିଳା ତଳେ ପଡ଼ିବା ପରେ ଆଉ ଉଠି ପାରି ନଥିବା ଦେଖାଯାଇଥିବା ବେଳେ ତାଙ୍କ ଶିଶୁ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର