ମସ୍କୋ: ବିସ୍ଫୋରଣ ଯୋଗୁଁ ଆଂଶିକ ଭୁଶୁଡ଼ି ପଡ଼ିଥିବା ଗୋଟାଏ ଆପାର୍ଟମେଣ୍ଟ୍‌ର ଭଗ୍ନସ୍ତପ ତଳେ ସନ୍ନିପାତ ହୋଇଯିବା ପରି ଥଣ୍ଡା (-୧୭ଂ ସେଲିସିୟସ୍‌) ସତ୍ତ୍ୱେ ୩୫ ଘଣ୍ଟା ପରେ ଏକ ଶିଶୁପୁତ୍ରକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଜରୁରୀକାଳୀନ ଅଧିକାରୀମାନେ ଏହି ଘଟନାକୁ ଚମତ୍କାରିତା ବୋଲି କହୁଛନ୍ତି।

Advertisment

ସୋମବାର ଦିନ ମାଗ୍ନିତୋଗୋର୍‌ସ୍କର ଶିଳ୍ପାଞ୍ଚଳ ସହରରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ ଘଟିଥାଇ ପାରେ ବୋଲି ମନେ କରାଯାଉଥିବା ଘଟନାରେ ଗୋଟାଏ ୧୦ ତାଲା ଅଟ୍ଟାଳିକାର ୪୮ଟି ଆପାର୍ଟମେଣ୍ଟ୍‌ ଧ୍ୱଂସ ହୋଇଯିବାରୁ ଅନ୍ୟୂନ ୭ ଜଣ ଲୋକ ମରିବା ସହ ୩୬ ଜଣ ନିରୁଦ୍ଦେଶ ହୋଇଯାଇଥିଲେ।

ସ୍ଥାନୀୟ ଜରୁରୀକାଳୀନ ମନ୍ତ୍ରାଳୟ ଦେଖାଉଥିବା ଏକ ଫୁଟେଜ୍‌ରେ ଦେଖାଯାଉଛି ଉଦ୍ଧାରକାରୀମାନେ ଗୋଲାପୀ ମୋଜା ପିନ୍ଧିଥିବା ଜଣେ କ୍ଷୁଦ୍ର ବାଳକକୁ ଭଗ୍ନସ୍ତପ ତଳୁ ଉଦ୍ଧାର କରିବା ପରେ ଗୋଟାଏ କମ୍ବଳରେ ଗୁଡ଼ାଇ ଆମ୍ବୁଲାନସ୍‌କୁ ନେଇଯାଉଛନ୍ତି।

publive-image

୧୧ ମାସିଆ ପିଲାଟି ଘୋଡ଼େଇପୋଡ଼େଇ ହୋଇ ବିଛଣାରେ ଶୋଇ ରହିଥିଲା। ଏବେ ଡାକ୍ତରୀ ପରୀକ୍ଷା ପରେ ଜଣାପଡ଼ିଛି ଯେ ତା’ ଦେହରେ ସାଙ୍ଘାତିକ ହେମାଳ ଜନିତ ଘା’ ଏବଂ ମୁଣ୍ଡ ଭିତରେ ଆଘାତ ଲାଗିଛି।

ଜଣେ ଉଦ୍ଧାରକାରୀ ସେ ପିଲାର କାନ୍ଦ ଶୁଣିବା ପରେ ତୁରନ୍ତ ଗୋଟାଏ ବିଶେଷ ଧରଣର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କାରଣ ଗଳଗଳ ହେଉଥିବା କୋଠାର ଭଗ୍ନାଂଶଗୁଡ଼ିକ ଉଦ୍ଧାରକାରୀଙ୍କ ଲାଗି ବିପଦ ଭାବେ ଉଭା ହୋଇଥିଲା।

ବାଳକଟିକୁ ଉଦ୍ଧାର କରିବା ପରେ ହେମାଳରେ ଶାଙ୍କୁଡ଼ି ଯାଇଥିବା ଉଦ୍ଧାରକାରୀମାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା।