ଚଣ୍ଡିଗଡ: କରୋନାଭାଇରସ୍ ମହାମାରୀ ହେତୁ ସାରା ଦେଶକୁ ଲକଡାଉନ କରାଯାଇଥିବା ବେଳେ ଲୋକ ନିଜ ନିଜର ସ୍ୱତନ୍ତ୍ର ଦିନକୁ ପାଳନ କରିପାରୁ ନାହାନ୍ତି | ଜନ୍ମଦିନ ହେଉ କି ବିବାହ ବାର୍ଷିକୀ, ନିଜର ସ୍ୱତନ୍ତ୍ର ଦିନକୁ ଖାସ କରିପାରୁ ନାହାନ୍ତି ଲୋକେ | କିନ୍ତୁ ପଞ୍ଜାବର ଜଣେ ବର୍ଷକର ଶିଶୁର ଜନ୍ମଦିନକୁ ଖାସ କରିଛନ୍ତି ପଞ୍ଜାବ ପୁଲିସ ଅଧିକାରୀ | ଶିଶୁଟିର ଜନ୍ମଦିନରେ ତାଙ୍କ ଘରେ ପହଞ୍ଚି ତାଙ୍କ ପିତା-ମାତାଙ୍କୁ ରାଜ୍ୟ ପୁଲିସ ଅଧିକାରୀମାନେ ସ୍ୱତନ୍ତ୍ର ଦିନରେ ସେମାନଙ୍କୁ ଏକ କେକ୍ ଦେଇଥିବା ଜଣା ପଡିଛି।
ସୂଚନା ମୁତାବକ, ପଞ୍ଜାବର ମାନସା ଜିଲ୍ଲାରେ ରହୁଥିବା ମାୟରାର ପିତା-ମାତା ଝିଅର ଜନ୍ମଦିନକୁ ଏକାକୀ ପାଳନ କରିବା ପାଇଁ ଭାବିଥିବା ବେଳେ ପୁଲିସ ଅଧିକାରୀମାନେ କେକ୍ ସହିତ ତାଙ୍କ ଘରେ ପହଞ୍ଚି ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ପଞ୍ଜାବ ପୁଲିସ ଏହି ମୁହୂର୍ତ୍ତର ଏକ ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି, ଯେଉଁଥିରେ ପ୍ରାୟ ପାଞ୍ଚ ଜଣ ପୁଲିସ ଅଧିକାରୀ ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧି ସେମାନଙ୍କ ଗାଡିକୁ ଘର ବାହାରେ ପାର୍କିଂ କରିବା ପରେ ଜଣେ ପୁଲିସ ଅଧିକାରୀ ମାୟରାଙ୍କ ଘର କବାଟ ବାଡ଼ାଇ ଡାକୁଛନ୍ତି | ଏହା ପରେ ମାୟରା ନିଜ ମାଙ୍କ ସହ ବାହାରକୁ ଆସିବା ପରେ ପାଞ୍ଚ ଜଣ ପୁଲିସ ଅଧିକାରୀ 'ହାପି ବର୍ଥଡେ' ଗୀତ ଗାଇ ଜନ୍ମଦିନର ଶୁଭେଚ୍ଛା ଜଣାଇ ମାୟରାଙ୍କ ମାଙ୍କ ହାତରେ କେକ ଦେଉଛନ୍ତି |
Mansa Police's sweet gesture for Maira's 1st birthday. Policemen gave her a surprise by delivering a Birthday Cake at her doorsteps.#TuhadiSevaSadaFarz#PunjabFightsCorona#Punjabpoliceindia@pp_mansapic.twitter.com/nqL2nhfbDs
— Punjab Police India (@PunjabPoliceInd) April 18, 2020
ଭିଡିଓ ଟୁଇଟ କରି ପଞ୍ଜାବ ପୁଲିସ କ୍ୟାପ୍ସନରେ ଲେଖିଛନ୍ତି, "ମାୟରାଙ୍କ ପ୍ରଥମ ଜନ୍ମଦିନରେ ତାଙ୍କ ଦ୍ୱାରରେ ଜନ୍ମଦିନର କେକ୍ ପ୍ରଦାନ କରି ପୁଲିସ ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।" ପୁଲିସ ଅଧିକାରୀଙ୍କ ଏହି ଉଦ୍ୟମକୁ ଅନେକ ଲୋକ ଟୁଇଟରରେ ପ୍ରଶଂସା କରିଥିବା ଦେଖାଯାଇଛି |