ଆପ୍‌ର ମଫଲରମ୍ୟାନ୍‌ ‘ବେବି କେଜ୍ରିୱାଲ୍‌’

ନୂଆଦିଲ୍ଲୀ : ଦିଲ୍ଲୀର ‘ବେବି କେଜ୍ରିୱାଲ୍‌’ଙ୍କୁ ନେଇ ଆଜି ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚା ହୋଇଛି। ଆପ୍‌ ପକ୍ଷରୁ ଆଜି ସକାଳେ କେଜ୍ରିୱାଲ୍‌ଙ୍କ ସିଗ୍‌ନେଚର ଷ୍ଟାଇଲ୍‌ରେ ଜଣେ କୁନି ଶିଶୁର ଫଟୋ ଟ୍ବିଟରରେ ପୋଷ୍ଟ୍‌ କରାଯାଇଥିଲା। ଆପ୍‌ ପକ୍ଷରୁ ଏହି ଶିଶୁଙ୍କୁ ମଫଲରମ୍ୟାନ୍‌ ଭାବେ ବର୍ଣ୍ଣନା କରାଯାଇଛି। ଅବିକଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ପରି ବେଶ ପୋଷାକରେ ଥିବା ଏହି ‘ବେବି କେଜ୍ରିୱାଲ୍‌’ ଆପ୍‌ କ୍ୟାପ୍‌ ପିନ୍ଧିବା ସହ କେଜ୍ରିୱାଲଙ୍କ ପରି ସ୍ବେଟର ଏବଂ ମଫଲର ପରିଧାନ କରିଛନ୍ତି। ଏପରିକି କେଜ୍ରିୱାଲଙ୍କ ପରି ଦିଶୁଥିବା ନିଶ ମଧ୍ୟ ସେ ଲଗାଇଛନ୍ତି। ଆପ୍‌ ପକ୍ଷରୁ ଏହି ଫଟୋ ପୋଷ୍ଟ କରାଯିବାର କିଛି ସମୟ ପରେ ଏହା ଭାଇରାଲ୍‌ ହୋଇଥିଲା। ଏହାକୁ ନେଇ ମତ ମନ୍ତବ୍ୟର ସୁଅ ମଧ୍ୟ ଛୁଟିଥିଲା। କେହି କେହି ଶିଶୁଟି ଭବିଷ୍ୟତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବ ବୋଲି କହିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଶିଶୁ ଆପ୍‌ ସମର୍ଥକ ରାହୁଲ ତୋମର ଏବଂ ମିନାକ୍ଷୀଙ୍କ ପୁଅ ।

ସମ୍ବନ୍ଧିତ ଖବର