୪୦ ହଜାର ଟଙ୍କା ପାଇଁ ୨୦୧୮ ମସିହାରୁ ଜନ୍ମିତ ଶିଶୁ ନର୍ସିଂହୋମ୍‌ରେ ବନ୍ଧା ପଡ଼ିଛି ! ବାପାମାଆ ଟଙ୍କା ଦେଲେ ପିଲାକୁ ନେବେ

ଲକ୍ଷ୍ନୌ: ଶଶୁଟିଏ ଜନ୍ମଲାଭ କଲେ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଥାଏ। ମାତ୍ର ଆଜିକାଲି ନବଜାତକ ଜନ୍ମ ପରେ ଯେଉଁ ଭଳି ସବୁ ଅଭାବନୀୟ ଘଟଣା ଘଟୁଛି ତାହା ଚିନ୍ତାର ବିଷୟ ପାଲଟିଛି। କେଉଁଠି ପିଲା ବଦଳ ତ ପୁଣି କେଉଁଠି ନବଜାତକକୁ ଛାଡ଼ି ଫେରାର୍‌ ହେଲାଣି ମାଆ। ଶିଶୁ କନ୍ୟା ଜନ୍ମ ହେବା ପରେ କେହି ନାଳନର୍ଦ୍ଦମାରେ ଫିଙ୍ଗି ଦେଉଛନ୍ତି ତ ପୁଣି କେଉଁଠି ହସ୍ପିଟାଲ୍‌ ଅବହେଳାରେ ଯାଉଛି ନିରୀହ ‌ଶିଶୁଙ୍କ ଜୀବନ। ଉତ୍ତରପ୍ରଦେଶର ବାଗପତ ଜିଲ୍ଳାର ଏକ ବେସରକାରୀ ନର୍ସିଂହୋମ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ପରିବାର ଲୋକ ହସ୍ପିିଟାଲ୍‌ ବିଲ୍‌ ପୈଠ୍‌ ନ କରି ପାରିବାରୁ ଶିଶୁଟିକୁ ନର୍ସିଂହୋମ୍‌ କର୍ମଚାରୀ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଡେଲିଭରି ପରେ ନର୍ସିଂହୋମ୍‌ରେ ଶିଶୁଟିର ମାଆଙ୍କ ନାମରେ ୪୦ ହଜାର ଟଙ୍କା ବାକି ଥିବା କାରଣରୁ ନର୍ସିଂହୋମ୍‌ କର୍ମଚାରୀ ଟଙ୍କା ନ ଦେଲେ ଶିଶୁକୁ ଦେବେ ନାହିଁ ବୋଲି କହି ବାପାମାଆଙ୍କୁ ଫେରାଇ ଦେଇଥିଲେ ଯେ ଏଯାଏ ପିଲାକୁ ଫେରି ପାଇନାହାନ୍ତି ଅଭିଭାବକ।

ଶିଶୁର ମାଆ ଶିଖାଙ୍କ କହିବାନୁସାରେ ସେ ୨୦୧୮ ମସିହା ସେପ୍ଟେମ୍ବର ମାସରୁ ଶିଶୁଟିକୁ ଜନ୍ମଦେଲେଣି। ମାତ୍ର ପିଲାଟିର ଜନ୍ମ ପରେ ବିଲ୍‌ ପୈଠ କରିବାରେ ଅସମର୍ଥ ହେବା କାରଣରୁ ତାଙ୍କୁ ଡାକ୍ତର କହିଥିଲେ କି , ‘ଯେତେଦିନ ପର୍ଯ୍ୟନ୍ତ ତୁମେ ଟଙ୍କା ଦେଇନ, ସେତେଦିନ ପର୍ଯ୍ୟନ୍ତ ଶିଶୁଟି ହସ୍ପିଟାଲ୍‌ରେ ବନ୍ଧକ ରହିଲା। ‌ଟଙ୍କା ପୈଠ କରିବା ପରେ ଶିଶୁଟିକୁ ନେଇଯିବ।’ ଶିଶୁଟିର ବାପା ମୋହର ସିଂହ କହିଛନ୍ତି କି ‘ଆମେ ନର୍ସିଂହୋମ୍‌ରେ ୩୦ ହଜାର ଟଙ୍କା ଜମା କରି ସାରିଲୁଣି। ହେଲେ ବି ଆମ ପିଲାକୁ ଆମେ ଫେରି ପାଇନାହୁଁ।’

Odishatv

ପୁଲିସ୍‌ ଅଧୀକ୍ଷକ ଅନୀଲ କୁମାର ସିଂହ କହିଛନ୍ତି, ‘ତଦନ୍ତ ସମୟରେ ଏ ବିଷୟରେ ଜଣେ ଡାକ୍ତରଙ୍କୁ ପଚରା ଯିବାରୁ ସେ କହିଥିଲେ କି ତାଙ୍କ ଶିଶୁକୁ ନର୍ସିଂହୋମ୍‌ରେ ବନ୍ଧକ ରଖାଯାଇଛି ବୋଲି ସେମାନେ ମନରୁ କାହାଣୀ ଗଢ଼ି କହୁଛନ୍ତି। ବାସ୍ତବ କଥା ହେଲା ସେମାନେ ତାଙ୍କ ନିଜ ପିଲାକୁ ମୁଜାଫର୍‌ନଗରରେ ବିକ୍ରି କରି ଦେଇଛନ୍ତି।’ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର