ନୂଆଦିଲ୍ଲୀ: ଆଜି ତୃତୀୟ ଥର ପାଇଁ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାମଲୀଳା ମୈଦାନରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବକୁ ବହୁ ଅତିଥି ନିମନ୍ତ୍ରିତ ହୋଇଥିଲେ। ମାତ୍ର, ଏମିତି ଜଣେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା, ଯାହାଙ୍କ ଉପସ୍ଥିତି କେଜ୍ରିୱାଲଙ୍କ ଶପଥ ଉତ୍ସବକୁ ଅଧିକ ରୋଚକ କରିଥିଲା। କେଜ୍ରିୱାଲଙ୍କ ଶପଥ ଉତ୍ସବକୁ ଏକ ବର୍ଷର ଶିଶୁ ଆଭ୍ୟନ ତୋମାରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେ ଏବେ ‘ବେବି ମଫ୍ଲରମ୍ୟାନ୍’ ଭାବେ ପରିଚିତ ହୋଇ ସାରିଲେଣି। ଆଭ୍ୟନ କେଜ୍ରିୱାଲଙ୍କ ଭଳି ବେକରେ ମଫଲର ଗୁଡ଼ାଇବା ସହ ଆପ୍ କ୍ୟାପ୍ ପରିଧାନ କରୁଛନ୍ତି। କେଜ୍ରିୱାଲଙ୍କ ଭଳି ଚଷମା ପିନ୍ଧୁଛନ୍ତି। ଏଣୁ କେତେକ ତାଙ୍କୁ ଜୁନିୟର କେଜ୍ରିୱାଲ ଭାବେ ତୁଳନା କରୁଛନ୍ତି।
ଶପଥ ଉତ୍ସବରେ ‘ବେବି ମଫଲର ମ୍ୟାନ୍’
/sambad/media/post_attachments/wp-content/uploads/2020/02/baby-mufflerman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)