କେଜ୍ରିୱାଲ୍‌ଙ୍କ ଶପଥ ଉତ୍ସବକୁ ‘ବେବି ମଫ୍‌ଲରମ୍ୟାନ’ଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଫେବ୍ରୁଆରି ୧୬ରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ରାମଲୀଳା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବକୁ ‘ବେବି ମଫ୍‌ଲରମ୍ୟାନ୍‌’ ଭାବେ ପରିଚିତ ଦିଲ୍ଲୀର ଆଭ୍ୟନ ତୋମାରଙ୍କୁ ନିମନ୍ତ୍ରଣ କରାଯାଇଛି। ଆଭ୍ୟନ କେଜ୍ରିୱାଲଙ୍କ ଭଳି ମଫଲର ଓ କ୍ୟାପ୍‌ ପିନ୍ଧି ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ବିଶେଷ କରି ଆଭ୍ୟନ କେଜ୍ରିୱାଲଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଶିଶୁ ତୋମାର କେଜ୍ରିୱାଲଙ୍କ ଭଳି ମଫଲର ପିନ୍ଧିବା ସହିତ ତାଙ୍କ ଭଳି ନିଶ ଲଗାଇଛନ୍ତି। କେଜ୍ରିୱାଲଙ୍କ ଭଳି ଚଷମା ଓ ଆପ୍‌ କ୍ୟାପ ‌ଦେଇ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି। ଆଭ୍ୟନ ଦିଲ୍ଲୀର ମୟୂର ବିହାରରେ ନିଜ ପରିବାର ସହ ରୁହନ୍ତି।

ସମ୍ବନ୍ଧିତ ଖବର