ମହିଳାଙ୍କ ଅଜବ କାରନାମା ପାଇଁ ବିମାନ ଫେରିଲା ମଝି ବାଟରୁ; ମହିଳାଙ୍କ କାରନାମାକୁ ନେଇ ପାଇଲଟ ଓ ଏଟିସି ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ହେଲା ଭାଇରାଲ

ଆବୁ ଧାବି/ କୁଆଲାଲମ୍ଫୁର: ଜନୈକା ମହିଳାଙ୍କ ଏକ ଅଜବ କାରନାମା ଆଜି ସାଉଦି ଆରବିଆନ୍‌ ଏୟାରଲାଇନ୍ସକୁ ହରଡ଼ଘଣାରେ ପକାଇ ଦେଇଥିବା ବେଳେ ମହିଳାଙ୍କ କାରନାମାକୁ ନେଇ ଏବେ କିଙ୍ଗ୍‌ ଅବ୍‌ଦୁଲ୍‌ଲଜିଜ୍‌ ଅନ୍ତର୍ଜାତିକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସାଉଦି ଆରବିଆନ୍‌ ଏୟାରଲାଇନ୍ସର ଏସ୍‌ଭି୮୩୨ ନମ୍ବର ବିମାନରେ ସାଉଦି ଆରବର କିଙ୍ଗ୍‌ ଅବ୍‌ଦୁଲ୍‌ଲଜିଜ୍‌ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଜନୈକା ମହିଳା ସାଥିରେ ତାଙ୍କର ନବଗଜାତକକୁ ଧରି ବିମାନ ଯୋଗେ ଜେଦାହରୁ କୁଆଲା ଲମ୍ଫୁର ଅଭିମୁଖେ ଯାତ୍ରା କରୁଥିଲେ। ତେବେ, ସଂପୃକ୍ତା ମହିଳା ଜଣକ ସାଉଦି ଆରବର କିଙ୍ଗ୍‌ ଅବ୍‌ଦୁଲ୍‌ଲଜିଜ୍‌ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଗନ୍ତବ୍ୟସ୍ଥଳ ଅଭିମୁଖେ ବିମାନ ଚଢ଼ିବା ବେଳେ ତାଙ୍କ ନବଜାତକ ସନ୍ତାନକୁ ଭୁଲିଯାଇ ବିମାନ ବନନ୍ଦର ପ୍ରତୀକ୍ଷାଳୟରେ ଛାଡ଼ିଦେଇ ଆସି ବିମାନରେ ବସି ପଡ଼ିଥିଲେ। ବିମାନଟି ଯଥା ସମୟରେ ଉଡ଼ାଣ ଭରି ମଝି ଆକାଶରେ ଥିବା ବେଳେ ମହିଳା ଜଣଙ୍କର ମନେ ପଡ଼ିଗଲା ତାଙ୍କ ନବଜାତକ ସନ୍ତାନର କଥା।

ତହୁଁ, ସେ ବିମାନ ପରିଚାଳିକାଙ୍କୁ ଡାକି ତାଙ୍କ ନବଜାତକ ସନ୍ତାନକୁ ଭୁଲିଯାଇ ବିମାନ ବନନ୍ଦର ପ୍ରତୀକ୍ଷାଳୟରେ ଛାଡ଼ିଦେଇ ଆସିଥିବା କହିବା ସହ ବିମାନକୁ ଆଉଥରେ ଫେରାଇ ନେବା ଅନୁରୋଧ କଲେ। ପରେ ପରିଚାଳିକା ଜଣକ ଯାଇ ଏକଥା ଜଣାଇଲେ ପାଇଲଟଙ୍କୁ। ଏ ପରିସ୍ଥିତିରେ ବିମାନକୁ ମଝି ଆକାଶରୁ ଆଉଥରେ ବିମାନ ବନ୍ଦରକୁ ଫେରାଇ ନେବା ପାଇଁ ବ୍ୟବସ୍ଥା ନଥିଲେ ସୁଦ୍ଧା ବିମାନର ପାଇଲଟ ଘଟଣା ସଂପର୍କରେ ଜଣାଇଲେ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)ଙ୍କୁ। ପାଇଲଟଙ୍କ କଥା ଶୁଣି ଏଟିସି ଚକିତ ହେବା ସହ କହିଲେ ଏପରି ଘଟଣାର ନଜିର ପୂର୍ବରୁ ନାହିଁ। ତେବେ ଏହା ଏକ ଅଭାବନୀୟ ଘଟଣା ହୋଇଥିବାରୁ ତୁମେ ବିମାନକୁ ଫେରାଇ ଆଣ। ଏଟିସି ଠାରୁ ଅନୁମତି ପାଇବା ପରେ ପାଇଲଟ ଆଉଥରେ ବିମାନକୁ ଆଉଥରେ ଫେରାଇଥିଲେ କିଙ୍ଗ୍‌ ଅବ୍‌ଦୁଲ୍‌ଲଜିଜ୍‌ ଅନ୍ତର୍ଜାତିକ ବିମାନ ବନ୍ଦରକୁ ଏବଂ ବିମାନବନ୍ଦର ପ୍ରତୀକ୍ଷାଳୟରୁ ନିଜ ନବଜାତକକୁ ଆଣି ଆଉଥରେ ବିମାନରେ ଚଢ଼ିବା ପରେ ବିମାନଟି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ, ମହିଳାଙ୍କ କାରନାମାକୁ ନେଇ ପାଇଲଟ ଓ ଏଟିସି ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି।

ସମ୍ବନ୍ଧିତ ଖବର