ଶ୍ରୀନଗର: ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ବୁଧବାର ଜମ୍ମୁକାଶ୍ମୀରରେ ବ୍ୟାକ ଟୁ ଭିଲେଜ ବା ଗାଁ କୁ ଫେରିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ | ତାଙ୍କୁ ଏଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏହି ଅବସରରେ ଉପରାଜ୍ୟପାଳ ଶ୍ରୀ ମୁର୍ମୁ କହିଥିଲେ ଯେ ସେ ଆକଳନ କରୁଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ଧାରା ୩୭୦ ସମୟରେ ଲୋକଙ୍କ ପାଖରେ କିଭଳି ପହଁଚୁଥିଲା | ତାଙ୍କୁ ଅନୁଭବ ହେଉଛି ଯେ ଏଠାକାର ଲୋକମାନେ ବହୁତ ଯୋଜନାରୁ ବଂଚିତ ହୋଇଥିବେ।
ଏବେ ଲୋକଙ୍କ ପାଖରେ ଏହି ସବୁ କେନ୍ଦ୍ରୀୟ ଯୋଜନାକୁ ଉପଯୋଗ କରିବାର ସମୟ ଆସିଯାଇଛି | ଏଠାରେ ସୂଚନା ଥାଉ କି ବ୍ୟାକ ଟୁ ଭିଲେଜ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ ଯେଉଁଥିରେ ସରକାରୀ ଅଧିକାରୀମାନେ ବିଭିନ୍ନ ଗ୍ରାମର ଲୋକଙ୍କୁ ଭେଟି ସେମାନଙ୍କ ଅସୁବିଧା ବାବଦରେ ଜାଣୁଛନ୍ତି |
ଲୋକମାନେ ପାନୀୟ ଜଳ ଯୋଗାଣ ଓ ରାସ୍ତା ବାବଦରେ ଥିବା ସମସ୍ୟା ବାବଦରେ ସରକାରୀ ଅଧିକାରୀଙ୍କୁ କହିଥିଲେ | ଜାମ୍ମୁ କାଶ୍ମୀରରେ ଏ ପର୍ଯ୍ୟନ୍ତ ୭୨ଟି ପଂଚାୟତରେ ବ୍ୟାକ ଟୁ ଭିଲେଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଲାଣି | ବିଶେଷ କରି ପଞ୍ଚାୟତିରାଜ ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ଲାଗୁ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି | ଯେଭଳି ଯୋଜନା ଗୁଡିକ ସିଧାସଳଖ ଗ୍ରାମର ବିକାଶ ପାଇଁ ବ୍ୟବହାର ହୋଇପାରିବ |