ନୂଆଦିଲ୍ଲୀ: ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସିବାରେ ଲାଗିଛି । ଗତ ସପ୍ତାହକ ଭିତରେ ବଲିଉଡ ଇଣ୍ଡଷ୍ଟ୍ରିର ୩ ଜଣ ଜଣାଶୁଣା ସେଲିବ୍ରିଟି ଆଖି ବୁଜିଲେଣି । ଯାହାକୁ ନେଇ ଏବେ ସୁନେଲୀ ଦୁନିଆରେ ଖେଳିଯାଇଛି ଶୋକର ଛାୟା । ହୃଦଘାତ ନେଇଯାଇଛି ବଲିଉଡ ଗାୟକ ଋଷଭ ଟଣ୍ଡନଙ୍କ ଜୀବନ । ଋଷଭ ତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀସ୍ଥିତ ଘରକୁ ଯାଉଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି । 

Advertisment

ସୁନେଲୀ ଦୁନିଆରେ ଶୋକର ଛାୟା

ଋଷଭ "ୟେ ଆଶିକି," "ଇଶ୍କ ଫକିରାନା" ଏବଂ "ଚାନ୍ଦ୍ ତୁ" ଭଳି ଲୋକପ୍ରିୟ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ଋଷଭ ଟଣ୍ଡନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ରୁଷର ଓଲେସିଆ ନେଡୋବେଗୋବାଙ୍କୁ ବିବାହ କରିଥିଲେ । ଋଷଭଙ୍କ ଶେଷ ପୋଷ୍ଟ ତାଙ୍କ ପତ୍ନୀଙ୍କ ସହ ଥିଲା । କରୱା ଚୌଥ ପାଳନ ସମୟର ଫଟୋ ସେୟାର କରିଥିଲେ ଋଷଭ । ହଠାତ୍ ତାଙ୍କ ଦେହାନ୍ତ ହେବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଖାଲି ଋଷଭ ନୁହେଁ ଗତ ୧୫ ତାରିଖରେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଥିଲା । କିଛି ବର୍ଷ ଧରି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଯୁଦ୍ଧ କରିଚାଲିଥିଲେ ପଙ୍କଜ ଧୀର୍ । ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ନିଜର ଯାଦୁ ଦେଖାଇଥିଲେ ସେ । ପଙ୍କଜଙ୍କ ଦେହାନ୍ତର ଦୁଃଖ ଭିତରୁ ଫ୍ୟାନ୍ସମାନେ ବାହାରିନଥିବା ବେଳେ ଦୀପାବଳିର ଆଲୋକ ଭିତରେ ବଲିଉଡରୁ ଆସିଥିଲା ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା କମେଡି କିଙ୍ଗ୍ ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତ ପୂରା ସିନେ ଦୁନିଆକୁ ସବ୍ଧ କରିଦେଲା ।

ଅଧିକ ପଢନ୍ତୁ-

Singer rishabh tandon dead: ହୃଦଘାତ ଛଡ଼ାଇ ନେଲା ଗାୟକ ଋଷଭ ଟଣ୍ଡନଙ୍କ ଜୀବନ

ବଲିଉଡରୁ ଜଣକ ପରେ ଜଣେ ଦିଗଜ୍ଜ କଳାକାରଙ୍କ ଦେହାନ୍ତ ଖବର ଖାଲି ସୁନେଲୀ ପରଦା ନୁହେଁ ବରଂ ସମସ୍ତ ଫ୍ୟାନ୍ସଙ୍କ ହୃଦୟକୁ ଆଘାତ ଦେଇଛି । କିଏ ହୃଦଘାତରେ ତ କିଏ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଉଛନ୍ତି । ସୋସିଆଲ ମିଡିଆରେ ସିନେପ୍ରେମୀ ଦୁଃଖ ପ୍ରକାଶ କରିବା ସହ କହୁଛନ୍ତି ଏବେ ବଲିଉଡକୁ ବୋଧେ କାହା ନଜର ଲାଗିଯାଇଛି । 

bollywood | passed-away

ଅଧିକ ପଢନ୍ତୁ-

ଅଭିନେତା-ନିର୍ଦ୍ଦେଶକ ଅସରାନିଙ୍କ ପରଲୋକ