କୁତ୍ସିତ ରାଜନୀତି, ୩୦୦ ପଛରେ କିଏ?

ନୂଆଦିଲ୍ଲୀ: ଫେବୃଆରୀ ୧୪ ତାରିଖରେ ପୁଲୱାମାା ଆକ୍ରମଣ‌ ପରେ ସବୁ ରାଜନୈତିକ ଦଳ ଏକସ୍ବରରେ ଏହାର ନିନ୍ଦା କଲେ। ସରକାର ଯାହା କାର୍ଯ୍ୟାନୁଷ୍ଠାନ ‌େ‌ନବେ ତାହାକୁ ସମର୍ଥନ କରିବେ ବୋଲି ଜଣାଇଲେ। ସେହିମାସ ୨୬ ତାରିଖରେ ପାକିସ୍ତାନରେ ପଶି ଭାରତୀୟ ବାୟୁ ‌େସନା ବିମାନ ଜୈସ ୍ଆଡ୍ଡା ଉପରେ ବୋମାମାଡ଼ କଲେ। ଏହାକୁ ମଧ୍ୟ ସମଗ୍ର ଦେଶବାସୀ ସମର୍ଥନ କଲେ ଏବଂ ବାୟୁ ସେନାକୁ ଅଭିନନ୍ଦନ ଜଣାଇଲେ। ପାକିସ୍ତାନ ପାଇଁ ଏହାଥିଲା ସ୍ପଷ୍ଟ ସଙ୍କେତ ଯେ ଆମ ଭିତରେ ‌ ଯେତେ ମତପାର୍ଥକ୍ୟ ଥାଉନା କାହିଁକି ‌େଦଶର ଏକତା ଓ ଅଖଣ୍ଡତା ପାଇଁ ‌ଆମାମାନଙ୍କର ସ୍ବର ସର୍ବଦା ଏକ। କିନ୍ତୁ ଦୁର୍ଭାଗ୍ୟକୁ ଏହି ବାର୍ତା ବେଶି ଦିନ ପାଇଁ ତିଷ୍ଠି ପାରିଲା ନାହିଁ। ଏହାକୁ ନେଇ ଯେଉଁ ହୀନ ରାଜନୀତି ଆରମ୍ଭ ହୋଇଛି ତାହା ଆମର ଦୋଷଦୁର୍ବଳତାକୁ ‌େ‌ଯ କେବଳ ପଦାରେ ପକାଇଛି ତାହା ନୁହେଁ, ଏହା ଭାରତୀୟ ବାୟୁସେନାର ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନ ଠିଆ କରାଇ ଦେଇଛି।

ଭାରତୀୟ ଯୁଦ୍ଧ ବିମାନର ବୋମାମାଡ଼ରେ ବା‌ଲାକୋଟ ସ୍ଥିତ ଜୈସର ଆତଙ୍କବାଦୀ ଶିବିର ମାଟିରେ ମିଶିଗଲା। ବାୟୁ ସେନା ଏବଂ ବୈଦେଶିକ ବିଭାଗ ଏହି ସୂଚନା ଦେଲେ। ଗଣମାଧ୍ୟମରେ କୁହାଗଲା ଏଥିରେ ଥିବା ପ୍ରାୟ ୩୦୦ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। କିନ୍ତୁ ଏବେ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଲାଣି। କେତେକ ବିଦେଶୀ ଗଣମାଧ୍ୟମ ରିପୋର୍ଟ ଛାପିଲେ ଯେ ବାଲାକୋଟ ଶିବିର ଧ୍ବଂସ ହୋଇନାହିଁ। ଏଠାରେ ବୋମାମାଡ଼ର ମଧ୍ୟ କୌଣସି ଚିହ୍ନବର୍ଣ୍ଣ ନାହିଁ। ଏଭଳି ରିପୋର୍ଟ ଭାରତୀୟ ରାଜନୀତିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ବିରୋଧୀ ଦଳମାନେ ସରକାରଙ୍କ ଠାରୁ ପ୍ରମାଣ ମାଗିଲେଣି। ଜୈସ ଶିବିର ଧ୍ବଂସ ହୋଇଛି କି ନାହିଁ ଏବଂ ଯଦି ଧ୍ବଂସ ହୋଇଛି କେତେ ଆତଙ୍କବାଦୀ ମରିଛନ୍ତି ତାହାର ପ୍ରମାଣ ଦିଅ। ଏହାକୁ ନେଇ ସରକାର ଓ ବିରୋଧୀ ଦଳ ଏପରି ମୁହାଁମୁହିଁ ହେଲେ ଯେ ଏଥିରେ ବାୟୁ ସେନା ମୁଖ୍ୟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା। ସେ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି କହି‌େଲ ଯେ ‘ଭାରତୀୟ ବାୟୁ ‌େସନା କେବଳ ଟାର୍ଗେଟ ଧ୍ବଂସ କରେ, କେତେ‌ ଲୋକ ମରିଛନ୍ତି ତାହା କେବଳ ସରକାର ହିଁ କହି ପାରି‌େବ। କିନ୍ତୁ ଆମେ ଟାର୍ଗେଟକୁ ଧ୍ବଂସ କରିଛୁ। ଏଥିରେ କୌଣସି ପ୍ରକାର ସନ୍ଦେହ ରହିବା ଉଚିତ ନୁହେଁ। ତାହାହେଲେ ଆକ୍ରମଣରେ ୩୦୦ ଆତଙ୍କବାଦୀ ମଲେ ବୋଲି କିଏ କହିଲା। ସରକାରୀ ଭାବେ ମୃତ୍ୟୁସଂଖ୍ୟା କୁହାଯାଇ ନାହିଁ। ସେନା ମଧ୍ୟ କହିନାହିଁ। ଫେବୃଆରୀ ୨୬ ତାରିଖରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ ବୈଦେଶିକ ସଚିବ। ସେ କେବଳ ଆକ୍ରମଣ କଥା କହିଲେ, ମୃତ୍ୟୁସଂଖ୍ୟା କଥା କହିଲେ ନାହିଁ। ସେହିଭଳି ତିନି ସେନାର ଅଧ୍ୟକ୍ଷମାନେ ମଧ୍ୟ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଆକ୍ରମଣର ସୂଚନା ଦେଲେ। କେତେ ମରିଛନ୍ତି ‌େବାଲି ପ୍ରଶ୍ନ ହୋଇଥିଲା। ସେମାନେ କହିଥିଲେ ‘ଏବେ କିଛି କହିବା ସମ୍ଭବ ନୁହେଁ।’

ତେବେ ମୃତ୍ୟୁ ସଂଖ୍ୟା ଖବର ପ୍ରଚାର ପଛରେ କାହାର ହାତ। ଖୋଳତାଡ଼ରୁ ଜଣାପଡ଼ିଛି ଯେ ଏହି ସଂଖ୍ୟା ଖେଳ ପଛରେ ରହିଛନ୍ତି କେତେକ ଘରୋଇ ନ୍ୟୁଜ୍ ଟିଭି ଚାନେଲ। ସେମାନଙ୍କ ମଧ୍ୟରେ ସଂଖ୍ୟା ବଢ଼ାଇବାକୁ ଏମିତି ପ୍ରତିଦ୍ବନ୍ଦ୍ବିତା ଚାଲିଲା ଯେ ସଂଖ୍ୟା ୨୦୦ରୁ ଆରମ୍ଭ ହୋଇ ୪୦୦ରେ ଯାଇ ପହଂଚିଯାଇଥିଲା। ପ୍ରଥମେ ଗୋଟିଏ ଚ‌ାନେଲ ସୂଚନା ଦେଲା ଯେ ୨୦୦ରୁ ୩୦୦ ଆତଙ୍କବାଦୀ ମରିଛନ୍ତି। ଏହାର କିଛି ମୁହୂର୍ତ ମଧ୍ୟରେ ଆଉ ଏକ ଚାନେଲ କହିଲା ୨୪୫ ଆତଙ୍କବାଦୀଙ୍କୁ ନିପାତ କରିଦେଲୁ। ଆଉ ଏକ ଚାନେଲ ମୃତ୍ୟୁସଂଖ୍ୟା ୩୨୫ କହିଥିବା ବେଳେ ସଂଧ୍ୟା ବେଳକୁ ଏହି ସଂଖ୍ୟା ୪୦୦ରେ ପହଂଚିଯାଇଥିଲା। ସମସ୍ତେ କେବଳ ଗୋଟିଏ କଥା ଘୋଷୁଥିଲେ ଯେ ‘ସୂତ୍ର’ରୁ ମିଳିଥିବା ଖବର ଅନୁଯାୟୀ…। କିନ୍ତୁ ଏହି ସୂତ୍ରଟି କଣ ତାହା କେହି ଜଣାଉ ନଥିଲେ।

ଏହି ସଂଖ୍ୟା ଖେଳରେ ଶାସକ ଦଳର ନେତାମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହୁଛନ୍ତି ‌େଯ କେତେ ମରିଛନ୍ତି ଜଣାନାହିଁ। କିନ୍ତୁ ତାଙ୍କର ଅନ୍ୟତମ ସହଯୋଗୀ ତଥା କେନ୍ଦ୍ର ମନ୍ତ୍ରୀ ରାଧା ମୋହନ ସିଂହ କହି‌େଲ ଯେ ୪୦୦ ମରିଛନ୍ତି। ଭିକେ ସିଂହଙ୍କ ଅନୁଯାୟୀ ୨୫୦। ବିଜେପି ସଭାପତି ଅମିତ ଶାହଙ୍କ ହିସାବ କହୁଛି ୨୫୦। କିନ୍ତୁ ବିଜେପି ନେତା ଶାହନୱାଜ ହୁସେନ କହୁଛନ୍ତି ଯେ ୨୫୦ରୁ ଅଧିକ। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଲେ ଯେ ଏନ୍‌ଟିଆର୍‌ଓ (ଜାତୀୟ ବୈଷୟିକ ଗବେଷଣା ସଂଗଠନ) ଦେଇଥିବା ରିପୋର୍ଟ ଅନୁଯାୟୀ ଆକ୍ରମଣରେ ଅତିକମରେ ୩୦୦ ଲୋକ ପ୍ରାଣ ହରାଇ ଥାଇପାରନ୍ତି। କାରଣ ମିରାଜ୍ ବିମାନ ଆକ୍ରମଣ ବେଳେ ଜୈସ ମହମ୍ମଦର ବାଲାକୋଟ ଶିବିରରେ ୩୦୦ ମୋବାଇଲ ଫୋନ୍ ସକ୍ରିୟ ଥିଲା। ତେଣୁ ଏହାହିଁ ଠିକ। ଏହାର ପ୍ରମାଣ କଣ ବୋଲି ପ୍ରଶ୍ନ ହେବାରୁ ଭିକେ ସିଂହ କହିଲେ ଯେ ଏଥର ପାକିସ୍ତାନରେ ଆକ୍ରମଣ ବେଳେ ବିରୋଧୀଙ୍କୁ ଯୁଦ୍ଧ ବିମାନରେ ବାନ୍ଧି ନିଆଯିବା ଉଚିତ। କାରଣ ବୋମାମାଡ଼ ‌ହେଲେ ସେମାନେ ଏହାର ପ୍ରତ୍ୟକ୍ଷଦର୍ଶୀ ହୋଇ ରହିବେ ଏବଂ ଆଉ ପ୍ରମାଣ ମାଗିବେ ନାହିଁ। ସଂଖ୍ୟାର ଏହି ଖେଳରେ ସତ ଯାହା ହେଉନା କାହିଁକି, କିନ୍ତୁ ଏହା ସ୍ପଷ୍ଟ ଯେ କେତେକ ନ୍ୟୁଜ୍ ଟିଭି ଚାନେଲ ଏବଂ ନେତା ଆମ ବାୟୁ ସେନାର ବିଶ୍ବସନୀୟତାକୁ ବିପଦରେ ପକାଇ ଦେଇଛନ୍ତି। ଟିଆରପି ପାଇଁ ଟିଭି ଚାନେଲ ଏବଂ ଅନ୍ୟକୁ ମିଛ ପ୍ରମାଣ କରିବା ଲାଗି ରାଜନୈତିକ ନେତାମାନଙ୍କ ମଧ୍ୟରେ ଲଢ଼େଇ ଭାରତୀୟ ସେନାର ଦକ୍ଷତା ଉପରେ ପ୍ରଶ୍ନ ଲଗାଇ ଦେଇଛନ୍ତି। ଏହା ବିଦେଶରେ ଭାରତକୁ ମଧ୍ୟ ଅପଦସ୍ତ କରାଉଛି। ପାକିସ୍ତାନୀ ଗଣମାଧ୍ୟମରେ ଏବେ ଏହାକୁ ନେଇ ନେତାମାନଙ୍କ ମଧ୍ୟରେ ଲାଗି ରହିଥିବା ତୁ ତୁ ମେଁ ମେଁ ଶିରୋନାମା ପାଲଟିଛି।

ସମ୍ବନ୍ଧିତ ଖବର