ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍‌, ଗିରଫ ସଂଖ୍ୟା ୫କୁ ବୃଦ୍ଧି

ସୁପ୍ରିମକୋର୍ଟ ଗଲେ ସାମ୍ବାଦିକଙ୍କ ପତ୍ନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ୍‌ କରି ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ପତ୍ନୀ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। କନୋଜିଆଙ୍କ ପତ୍ନୀ ଜାଗିଶା ଅରୋରା ଦାବି କରିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି। ପୁଲିସ ଗିରଫ ପାଇଁ ସଠିକ୍‌ ପଦ୍ଧତି ଅବଲମ୍ବନ କରିନାହିଁ । ତେଣୁ ତାଙ୍କ ସ୍ବାମୀଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ଏବଂ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆରୋରା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ ୨୬ ବର୍ଷୀୟ କନୋଜିଆ ଏବେ ଗିରଫ ହୋଇ ଲକ୍ଷ୍ନୌ ଜେଲ୍‌ରେ ଅଛନ୍ତି। ମାମଲାରେ ଅନ୍ୟ ୨ ଜଣ ସାମ୍ବାଦିକଙ୍କୁ ଗତକାଲି ଗିରଫ କରାଯାଇଥିବାବେଳେ ମାମଲାରେ ଏବେ ଗିରଫ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର