ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ବ୍ୟାପିବାର କେନ୍ଦ୍ରସ୍ଥଳ କହାଯାଉଥିବା ନ୍ୟୁୟର୍କରେ କରୋନା ଜନିତ ମୃତ୍ୟୁ ୧୦୦୦୦ ଟପିଛି। ତେବେ ''ସବୁଠୁ ଖରାପ ବେଳା ସରିଯାଇଛି'' ବୋଲି ନ୍ୟୁୟର୍କ ଗଭର୍ନର ଆଣ୍ଡ୍ରିଉ କ୍ୟୁଓମୋ ସୋମବାର ପ୍ରକାଶ କରିଛନ୍ତି। ଡାକ୍ତରଖାନାରେ ଭତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ଏହାର ଉଦାହରଣ। କିନ୍ତୁ ଯଦି କଟକଣାଗୁଡ଼ିକ ଜଲ୍ଦି ଉଠାଇ ଦିଆଯାଏ, ତେବେ ପରିସ୍ଥିତି ପୁଣି ବିଗିଡ଼ିଯାଇପାରେ। ଗତ ୨୪ ଘଣ୍ଟା ମଧ୍ୟରେ ୬୭୧ ଜଣଙ୍କର ମୃତ୍ୟୁ କେବଳ ନ୍ୟୁୟର୍କ ରାଜ୍ୟରେ ହୋଇଛି। ପଡୋଶୀ ରାଜ୍ୟ ନ୍ୟୁ ଜର୍ସି, କନେକ୍ଟିକଟ୍, ପେନ୍ସିଲ୍ଭାନିଆ, ଡେଲାୱେର୍ ଓ ରୋହ୍ ଆଇଲାଣ୍ଡର ଗଭର୍ନରମାନେ ଏକ ଆଲୋଚନା କରି ଏକ ଟାସ୍କଫୋର୍ସ ଗଠନ କରିଥିଲେ, ଯାହାଦ୍ୱାରା ଜୀବନଯାତ୍ରା ପୁନଃଆରମ୍ଭ କରିବାର ଯୋଜନା ପ୍ରସ୍ତୁତ ହେବ। ସେହିଭଳି ପଶ୍ଚିମ ତଟରେ କାଲିଫର୍ନିଆ, ଓରେଗନ୍, ଓ ୱାଶିଂଟନ୍ ରାଜ୍ୟର ଗଭର୍ନରମାନେ ଅର୍ଥନୀତିକୁ ପୁଣି ଖୋଲିବା ଏବଂ ଭୂତାଣୁ ବ୍ୟାପିବାକୁ ରୋକିବା ପାଇଁ ସମ୍ମିଳିତ ଯୋଜନା କରିବା ଉପରେ ବୁଝାମଣା କରିଥିଲେ। ସଟ୍ଡାଉନ୍ ଉଠାଇବା ନିଷ୍ପତ୍ତି ସେମାନଙ୍କ ଉପରେ ନିର୍ଭର କରେ ବୋଲି ରାଷ୍ଟ୍ରପତି ଡୋନାଲ୍ଢ ଟ୍ରମ୍ପ ଟ୍ୱିଟ୍ କରିବା ପରେ ଏଭଳି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କାରଣ ଯୁକ୍ତରାଷ୍ଟ୍ରର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ସରକାରଙ୍କର ସମସ୍ତ କ୍ଷମତା ୫୦ଟି ରାଜ୍ୟର ଗଭର୍ନରଙ୍କ ଉପରେ ନ୍ୟସ୍ତ। କିନ୍ତୁ ପୋଥିଗତ ବିଦ୍ୟା ଅନୁଯାୟୀ ଏକ ସମନ୍ୱିତ ରାଷ୍ଟ୍ରୀୟ ରଣନୀତିକୁ ଦେଖାରଖା କରିବାରେ ରାଷ୍ଟ୍ରପତି ତାଙ୍କ କ୍ଷମତା ପ୍ରୟୋଗ କରିପାରିବେ। ତେବ ସଂକ୍ରମଣ ଅନୁଚାଳନା ପାଇଁ ଟେଷ୍ଟିଂ ତ୍ୱରାନ୍ୱିତ ହେବା ଦରକାର। ତାହା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ଯାହା କିଛି ନିଷ୍ପତ୍ତି କରାଯିବ, ରାଜନେତାମାନଙ୍କ ନିଷ୍ପତ୍ତିରେ ନୁହେଁ। ତେବେ କୁଓମୋ ନ୍ୟୁୟର୍କର ୧କୋଟି ୯୫ ଲକ୍ଷ ଅଧିବାସୀ ସାମାଜିକ ଦୂରାବସ୍ଥାନ ମାର୍ଗଦର୍ଶିକାର ଅନୁପାଳନ କରିବା ଆବଶ୍ୟକ। ଦୁଇ ତିନି ଦିନର ବେଖାତିରିଆ ଆଚରଣ ଏ ବିଶ୍ୱମହାମାରୀକୁ ପୁଣି ଆମନ୍ତ୍ରଣ କରିପାରେ।
ଖରାପ ବେଳା ସରିଯାଇଛି: ନ୍ୟୁୟର୍କ ଗଭର୍ନର
/sambad/media/post_attachments/wp-content/uploads/2020/04/cgjdg4j98dg7j89dgjdgjjjjjjjjjjjjjjjjjjjjjjjjdgjdgjdgdgjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)