ବଡ଼ଗାମ ଏନ୍‌କାଉଣ୍ଟର:୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବଡ଼ଗାମ୍‌ ଜିଲ୍ଲ‌ାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ବଡ଼ଗାମ୍‌ର ଚ୍ରାର-ଏ-ସରିଫ୍‌ ସ୍ଥିତ ହରପତନର ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ‌୍ ଅପରେସନ୍‌ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିବାଫଳରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇ ପ୍ରବଳ ଗୁଳିଚାଳନା କରିଥିଲେ। ଫଳରେ ସୁରକ୍ଷାବାହିନୀ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଯାବତ୍‌ ଏନ୍‌କାଉଣ୍ଟର ଜାରି ରହିଛି।

ସମ୍ବନ୍ଧିତ ଖବର