ବ୍ୟାଡ଼୍‍ମିଣ୍ଟନ କ୍ଲବର ୩ଟି ଲକରରୁ ୧୪କୋଟି ଟଙ୍କା ସହ ମିଳିଲା ୫୦୦କୋଟି ସଂପତ୍ତିିର କାଗଜପତ୍ର, ଲକରର ମାଲିକ ନ ଆସିବାରୁ ଖୋଲିଲା ରାଜ୍‌

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଏକ ବ୍ୟାଡ଼୍‍ମିଣ୍ଟନ କ୍ଲବ୍‌ରୁ ୧୪କୋଟି ଟଙ୍କା ସହ ୫୦୦କୋଟି ସଂପତ୍ତିର କାଗଜପତ୍ର ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟାଡ଼୍‍ମିଣ୍ଟନ କ୍ଲବ୍‌ରେ ଥିବା ଲକରରୁ ୭.୮କୋଟି ଟଙ୍କାର ହୀରା ଏବଂ ସୁନା ମିଳିଥିବା ବେଳେ ନଗଦ ୫.୭ କୋଟି ଟଙ୍କା ମିଳିଥିବା ଜଣା ପଡ଼ିଛି । ଏ ସବୁ ଜିନିଷ ବ୍ୟବସାୟୀ ଅବିନାଶ ଅମରଲାଲ କୁକ୍ରେଜାଙ୍କ ବୋଲି କୁହାଯାଉଥିବା ବେଳେ ଆୟକର ବିଭାଗ ଏହାକୁ ଜବତ କରିଥିବା ଜଣା ପଡ଼ିଛି । ସୂଚନା ମୁତାବକ, ବ୍ୟାଡ଼୍‍ମିଣ୍ଟନ୍‌ କ୍ଲବ୍‌ରେ ଥିବା ଲକରର ମାଲିକମାନେ ଆସୁ ନଥିିବାରୁ କ୍ଲବ୍‌ ମ୍ୟାନେଜ୍‌ମେଣ୍ଟ ସେହି ଲକର ଗୁଡ଼ିକୁ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା ।

USA Today

ମଙ୍ଗଳାବର ମ୍ୟାନେଜ୍‌ମେଣ୍ଟ ତରଫରୁ ୧୨୬ଟି ଲକର ଭଙ୍ଗା ଯାଇଥିବା ବେଳେ ସେଥିରୁ କିଛି ବାହାରି ନଥିଲା । ପୁଣି ଥରେ ଶୁକ୍ରବାର ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସେଥି ମଧ୍ୟରୁ ୬ଟି ବ୍ୟାଗ୍‌ ବାହାର କରାଯାଇଥିଲା । ଲକର ନମ୍ବର ୬୯,୭୮ ଏବଂ ୭୧ରେ ଏହି ୬ଟି ବ୍ୟାଗ୍‌ ମିଳିଥିବା ବେଳେ ଏହି ୩ଟି ଲକର ଅବିନାଶଙ୍କର ବୋଲି ଜଣା ପଡ଼ଛି । ୧୧୯୩ରେ ସେ କ୍ଲବ୍‌ର ସଦସ୍ୟ ଥିବା ବେଳେ ଅନେକ ବିଲ୍‌ଡ଼ର କମ୍ପାନି ସହ ପାର୍ଟନରସିପ୍‌ କରିଥିଲେ । ସେହି ସମୟରେ ସେ ଏ ସବୁ ସଂପତ୍ତି ଆଣି ନିଜ ଲକରରେ ରଖିଥିବା ସନ୍ଦେହ କରିଛି ଆୟକର ବିଭାଗ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଅଧିକ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର