ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଜାନୁଆରି ୨୨ ତାରିଖକୁ ସମସ୍ତଙ୍କ ଅପେକ୍ଷା । ଏହି ଅପେକ୍ଷାର ଅନ୍ତ ହେବାକୁ ମାତ୍ର ଆଉ କିଛି ଘଣ୍ଟାର ସମୟ ବାକି ଅଛି। ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ଭରି ରହିଛି। ଭକ୍ତମାନେ ପ୍ରଭୁରାମଙ୍କ ପ୍ରତି ଥିବା ଭକ୍ତିଭାବକୁ ନିଜନିଜ ଶୈଳୀରେ ପ୍ରକାଶ କରୁଛନ୍ତି।
ଏହି ଦିନକୁ ସ୍ମୃତି ଭାବେ ସାଇତି ରଖିବା ପାଇଁ ଦେଶର କୋଣଅନୁକୋଣରୁ ଭକ୍ତମାନେ ଅଯୋଧ୍ୟାରେ ଆସି ପହଞ୍ଚୁଛନ୍ତି। ଏହି କ୍ରମରେ ରାମଭକ୍ତଙ୍କୁ ନେଇ ବିଭିନ୍ନ ପ୍ରକାର କାହାଣୀ ସାମ୍ନାକୁ ଆସୁଛି।
चोटी से रथ खींचकर किया 500 किलोमीटर का कठिन सफर पूरा.#Ayodhya #RamMandirAyodhya #Damoh pic.twitter.com/wM30QeSxzC
— NDTV MP Chhattisgarh (@NDTVMPCG) January 21, 2024
ଏମିତି ଏକ କାହାଣୀ ରାମଭକ୍ତ ବାବା ବନ୍ଦ୍ରିଙ୍କ ରହିଛି। ମଧ୍ୟପ୍ରଦେଶର ଦମୋହସ୍ଥିତ ବାଟିୟାଗଢ଼ରୁ ବାହାରିଥିବା ରାମଭକ୍ତ ବଦ୍ରିବାବା ୫୦୦କିମିରୁ ଅଧିକ ପଥ ଅତିକ୍ରମ କରି ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ତାଙ୍କର ଏହି ଯାତ୍ରାର ସ୍ବତନ୍ତ୍ରତା ହେଉଛି ସେ ନିଜ କେଶରେ ରଥକୁ ଟାଣିଟାଣି ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିଛନ୍ତି।
ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବାବା ଗୋଟିଏ ଦିନରେ ଚାଲିଚାଲି ୫୦କିମି ବାଟ ଅତିକ୍ରମ କରିଥାଆନ୍ତି। ଏହି ଯାତ୍ରା ସମୟରେ ତାଙ୍କୁ ଅନେକ କଷ୍ଟ ହୋଇଛି ବାଧ ଉପୁଜିଛି, ତଥାପି ସେ କିଛି ଖାତିର ନକରି ଅଯୋଧ୍ୟା ପର୍ଯ୍ୟନ୍ତ ପହଞ୍ଚି ନିଜ ସଂକଳ୍ପକୁ ପୂରା କରିଛନ୍ତି। ବାବାଙ୍କୁ ଏଭଳି ଭାବେ ଯାତ୍ରା କରୁଥିବା ଦେଖି ପଥଚାରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଆଉ କେହିକେହି ବାବାଙ୍କ ପ୍ରଭୁ ରାମଙ୍କ ପ୍ରତି ଏଭଳି ଭକ୍ତି ଦେଖି ରାସ୍ତାରେ ପ୍ରଣାମ ଜଣାଇଥିଲେ।