ମୁମ୍ବାଇ: ବଲିଉଡ ଅଭିନେତ‌ା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା ହେବାରେ ଲାଗିଛି। ଏବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରସିଦ୍ଧ ରାପର ବାଦଶାହା ନକଲି ଫଲୱର୍ସ ଏବଂ ଲାଇକ୍ସକୁ ବଢ଼ାଇବା ପାଇଁ  ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି। ଗତ ମାସରେ କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ (ସିଆଇୟୁ) ଏକ ରାକେଟକୁ ଗିରଫ କରିଥିଲା। ଏହି ରାକେଟ ଟଙ୍କା ନେଇ  ନକଲି ଫଲୱର୍ସ ଏବଂ ଲାଇକ୍ସ ବଢ଼ାଉଥିଲେ। ଅନେକ ବଲଉଡ କଳାକାର ଏହି ରାକେଟର ସାହାଯ୍ୟ ନେଇ ନିଜର ଫଲୱର୍ସ ଏବଂ ଲାଇକ୍ସ ବଢ଼ାଇଥିବା ଖବରସାମ୍ନାକୁ ଆସିବା ପରେ ବାଦଶାହାଙ୍କ ନାଁ ଆଗ ସାମ୍ନାକୁ ଆସିଥିଲା। ଏବେ ସେ ନିଜର ଫଲୱର୍ସ ଏବଂ ଲାଇକ୍ସ ସଂଖ୍ୟାକୁ ବଢ଼ାଇବା ୭୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି। ମୁମ୍ବାଇ ପୁଲିସ ଏବେ ରାପର ବାଦଶାହଙ୍କ ସମେତ ୨୦ ଟି ବଡ ବ୍ୟକ୍ତିତ୍ୱଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।

Advertisment

Badshah - New Songs, Playlists & Latest News - BBC Music BBC

ତେବେ ନକଲି ସୋସିଆଲ ମିଡିଆ ଫଲୱର୍ସ ରାକେଟର ଚାଲିଥିବା ଅନୁସନ୍ଧାନରେ ସମ୍ପୃକ୍ତ ଥିବା ନେଇ ରାପର ବାଦଶାହା ଏକ ବିବୃତ୍ତି ଜାରି କରିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ବୋଲି ଦର୍ଶାଇ, “ସମନ ମିଳିବା ପରେ ମୁଁ ମୁମ୍ବାଇ ପୁଲିସ ସହ କଥା ହୋଇଛି। ମୁଁ ଅଧିକାରୀମାନଙ୍କୁ ସେମାନଙ୍କର ଅନୁସନ୍ଧାନରେ ସହଯୋଗ କରିଛି ଏବଂ ମୋ ତରଫରୁ ଯଥେଷ୍ଟ ସାହାଯ୍ୟ କରିସାରିଛି | ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମୁଁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରୁଛି ଏବଂ ସ୍ପଷ୍ଟ କରୁଛି ଯେ ମୁଁ ଏଭଳି ଅଭ୍ୟାସରେ କେବେବି ଜଡିତ ନୁହେଁ କିମ୍ବା ମୁଁ ଏହାକୁ ସମର୍ଥନ କରେ ନାହିଁ। ”