ନୂଆଦିଲ୍ଲୀ: ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମିରଟ ହତ୍ୟାକାଣ୍ଡ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ହତ୍ୟା କରିବା ଏବଂ ମୃତଦେହକୁ ୧୫ଖଣ୍ଡ କରି ଏକ ପାଣି ଡ୍ରମରେ ସିମେଣ୍ଟ କରିଦେବା ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। ଘରେ ଘରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବଳେ ଏବେ ଧର୍ମ ପ୍ରଚାରକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ତଥା ବାଗେଶ୍ୱର ବାବା ଏହାକୁ ଉପରେ ପ୍ରତିକ୍ରିୟ ରଖିଛନ୍ତି। "ବର୍ତ୍ତମାନ, ନୀଳ ଡ୍ରମ୍ ଭାରତରେ ପ୍ରସିଦ୍ଧ ଏବଂ ଅନେକ ସ୍ୱାମୀମାନେ ଏବେ ଭୟଭୀତ" ବୋଲି ସେ କହିଛନ୍ତି।
#WATCH | Meerut, UP | On the Meerut murder case, Bageshwar Dham's Dhirendra Shastri said, "The Meerut case is unfortunate. In the present society, the declining family system, the advent of Western culture and married men or women engaged in affairs are destroying families...… pic.twitter.com/ULalTXvTj5
— ANI (@ANI) March 27, 2025
ଏହି ଘଟଣା ବିଷୟରେ ପଚରାଯିବାରୁ ବାଗେଶ୍ବର ବାବା ଟିକେ ହସିବା ପରେ କହିଥିଲେ ଯେ, "ଈଶ୍ବରଙ୍କ କୃପାରୁ ମୋର ବିବାହ ହୋଇନାହିଁ। ମିରଟରେ ଘଟିଥିବା ଘଟଣା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ। ପାଶ୍ଚାତ୍ୟ ସଂସ୍କୃତିର ଆଗମନ, ପରିବାରର ଲାଳନପାଳନ ଏବଂ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ନେଇ ଏସବୁ ଘଟୁଛି। ସଂସ୍କାରର ଅଭାବ ରହିଛି। ଯେଉଁମାନଙ୍କ ପୁଅ ବା ଝିଅ ଏଭଳି ଘୃଣ୍ୟ କାମ କରୁଛନ୍ତି, ଏଥିରେ ସେମାନଙ୍କ ମାତାପିତାଙ୍କ ଭୁଲ୍ ରହିଛି। ସେମାନଙ୍କ ଲାଳନପାଳନରେ ଅଭାବ ରହିଥିବାରୁ ଏଭଳି ଘଟୁଛି। ସଂସ୍କାର ଆଣିବା ପାଇଁ ପ୍ରତ୍ୟେକ ପରିବାରକୁ ରାମଚରିତ ମାନସର ସାହାଯ୍ୟ ନେବା ଜରୁରୀ।"
baba-bageshwar | bageshwar-dham