ରାୟପୁର: ଛତିଶଗଡର ବରିଷ୍ଠ ମନ୍ତ୍ରୀ ତଥା କଂଗ୍ରେସ ନେତା ଟି.ଏସ୍ ସିଂହଦେଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ଛତିଶଗଡ଼ କଂଗ୍ରେସରେ ଅସନ୍ତୋଷ ଦେଖାଦେଇଛି | ସିଂହଦେଓଙ୍କ ଇସ୍ତଫାକୁ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଆଜି କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ସିଂହଦେଓଙ୍କ ଇସ୍ତଫା ପତ୍ର ଗ୍ରହଣ କରିନାହାଁନ୍ତି ଏବଂ ଗଣମାଧ୍ୟମରୁ ହିଁ ଇସ୍ତଫା ବାବଦରେ ଶୁଣିଛନ୍ତି | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଛତିଶଗଡ କଂଗ୍ରେସରେ ବଘେଲ ଓ ସିଂହଦେଓଙ୍କ ମଧ୍ୟରେ କଳହ ଲାଗି ରହିଛି ଏବଂ ସିଂହଦେଓ ଶନିବାର ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଇସ୍ତଫା ଦେଇଥିଲେ। ତାଙ୍କ ଚାରି ପୃଷ୍ଠାର ଇସ୍ତଫା ପତ୍ରରେ ସିଂହଦେଓ ସରକାରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଯଦିଓ, ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଜିଏସଟି ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାନ୍ତି। ତେବେ ସିଂହଦେଓଙ୍କ ଇସ୍ତଫା ବାବଦରେ ବଘେଲ କହିଛନ୍ତି ଯେ ସେ ଗଣମାଧ୍ୟମ ମାଧ୍ୟମରେ ମନ୍ତ୍ରୀଙ୍କ ଇସ୍ତଫା ଦେବା ବାବଦରେ ଏବଂ ସେ ଇସ୍ତଫା ପତ୍ର ପାଇବା ପରେ ହିଁ ବିଚାର କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଁ ତାଙ୍କ ସହ (ସିଂହଦେଓ) କଥା ହୋଇ ନାହିଁ। ଗତକାଲି ରାତିରେ ମୁଁ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଏହା ସମ୍ଭବ ହୋଇପାରିନଥିଲା |
ଅନ୍ୟପଟେ ସିଂହଦେଓଙ୍କ ଇସ୍ତଫାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କହିଛନ୍ତି, “ଟି.ଏସ୍ ସିଂହଦେଓ ଜୀଙ୍କ ଇସ୍ତଫା ଏହା ସ୍ପଷ୍ଟ କରିଛି ଯେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ନାହିଁ | ଭୁପେଶ ସରକାରରେ ମନ୍ତ୍ରୀଙ୍କ କୌଣସି ଅଧିକାର ନାହିଁ | ବର୍ତ୍ତମାନ ଜଣେ ଇସ୍ତଫା ଦେଇଛନ୍ତି | ସମସ୍ତ ମନ୍ତ୍ରୀ ଏବଂ ବିଧାୟକଙ୍କ ମନରେ ବହୁତ ଅସନ୍ତୋଷ ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/d7afb82c96a1eba81754a09ce89f269c1657626383_original.jpeg)