ରାୟପୁର: ସ୍ବାଧୀନତା ସଂଗ୍ରାମୀ ବୀର ସାବରକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶ ବ୍ୟାପୀ ଅନେକ ନେତା ତାଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୁପେଶ ବାଘେଲ ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ବୀର ସବରକର ପ୍ରଥମେ ଦେଶ ବିଭାଜନର ପ୍ରସ୍ତାବ ଦେଇଥିଲେ ଏବଂ ମହମ୍ମଦ ଅଲି ଜିନ୍ନା ଏହାକୁ କାର୍ଯ୍ୟକାରୀ କରିଥିଲେ। ଏହା ଏକ ଐତିହାସିକ ତଥ୍ୟ ଏବଂ ଏହାକୁ କେହି ମଧ୍ୟ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ ବୋଲି ବାଘେଲ ସାମ୍ବାଦିକମାନଙ୍କୁ କହିଛନ୍ତି। ତେବେ ଏହି ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି ବାଘେଲ ପୁଣି ଥରେ ଇତିହାସ ପଢ଼ିବା ଉଚିତ୍। ଇତିହାସରେ ସୀମିତ ଜ୍ଞାନ ଥାଇ ବାଘେଲ ଏଭଳି ମନ୍ତବ୍ୟ ରଖିବା ଅନୁଚିତ୍ ବୋଲି ସେ କହିଛନ୍ତି। ବିଜେପି ନେତା ଗିରିରାଜ ସିଂହ କହିଛନ୍ତି ରାହୁଲ ଆଣ୍ଡାମାନ ଜେଲ୍ରେ କିଛି ଦିନ କଟାଇଲେ ସାବରକରଙ୍କ ବିଷୟରେ ଅନେକ କିଛି ଜାଣିପାରିବେ।
ସବରକରଙ୍କୁ ଦେଶ ବିଭାଜନକାରୀ କହି ବିବାଦରେ ବାଘେଲ
/sambad/media/post_attachments/wp-content/uploads/2019/05/ସାବରକର.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)