୫୫ ବିଧାୟକଙ୍କ ସହ ଦିଲ୍ଲୀରେ ବାଘେଲଙ୍କ ଶକ୍ତି ପ୍ରଦର୍ଶନ: ସୋନିଆ, ରାହୁଲଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆଜି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ସପ୍ତାହକ ତଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିବା ବାଘେଲ ଆଜି ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି। ବାଘେଲଙ୍କ ସହ ଆଜି ୫୫ ବିଧାୟକ ମଧ୍ୟ ଦିଲ୍ଳୀରେ ଉପସ୍ଥିତ ଥିଲେ। ବାଘେଲ କହିଛନ୍ତି ତାଙ୍କ ସରକାର ସୁରକ୍ଷିତ ଅଛି। ସମସ୍ତ ୭୦ ଜଣ ବିଧାୟକ ତାଙ୍କ ପଛରେ ଅଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଛତିଶଗଡ଼ କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଚରମରେ ପହଞ୍ଚିଛି। ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କ ମଧ୍ୟରେ ଅଢ଼େଇ ବର୍ଷ କ୍ଷମତା ଅଦଳବଦଳ ହେବ ବୋଲି ଚୁକ୍ତି ହୋଇଥିଲା। ଗତ ଜୁନ୍‌ରେ ବାଘେଲଙ୍କର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳକୁ ଅଢ଼େଇ ବର୍ଷ ପୁରିଛି। ତେଣୁ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଛନ୍ତି ଏବଂ ବାଘେଲଙ୍କୁ ହଟାଇବାକୁ ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର