ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପାତ ଜିଲ୍ଲାର କଂଗ୍ରେସ ଦଳର ଜିଲ୍ଲା ସଭାପତି ଜଣେ ମହିଳାଙ୍କ ସହିତ ଅଶ୍ଳୀଳ ଭାବେ କଥା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

Advertisment

ଭାଇରାଲ ଭିଡିଓରେ ଜିଲ୍ଲା ସଭାପତି ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶ୍ଳୀଳ ଭାବେ କଥା ହେଉଥିବା ଶୁଣିବାକୁ ମିଳିଛି। 

ସୋସିଆଲ ମିଡିଆରେ ଜିଲ୍ଲା ସଭାପତିଙ୍କ ଭିଡିଓ ଭାଇରାଲ ହେବା ପରେ ଫେସବୁକ ସମେତ ଅନ୍ୟାନ୍ୟ ସୋସିଆଲ ସାଇଟରେ ଲୋକମାନେ ଜିଲ୍ଲା ସଭାପତିଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।  
ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ କିଏ ଏବଂ ଏହି ଭିଡିଓ କେଉଁଠାରୁ ଆସିଛି ତାହା ଖବର ଲେଖାିହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।  

ଭାଇରାଲ୍ ଭିଡିଓଟି ମୋଟ ୧ମିନିଟ୍ ୩୪ ସେକେଣ୍ଡର ରହିଛି। ଭାଇରାଲ ଭିଡିଓରେ ଯୁବତୀ ଜଣକ କୋଠରି ବାହାରେ ଠିଆ ହୋଇଥିବା ବେଳେ ଜିଲ୍ଲା ସଭାପତି ରୁମ ଭିତରେ ଠିଆ ହୋଇ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଏହି ସମୟରେ ଯୁବତୀ ଜଣକ କହୁଛନ୍ତି, 'ନା ସାର, ଏହା ଭୁଲ୍ ସାର୍, ଏପରି କରନ୍ତୁ ନାହିଁ। ମୋ ମା ମୋତେ ମାରିଦେବେ।'

ଏହାପରେ କଂଗ୍ରେସ ନେତା କହୁଛନ୍ତି ନା, ଏଥିରେ କିଛି ଭୁଲ୍ ନାହିଁ। ତୁମେ ଏଠାକୁ ଆସ ତ।’

ଅଧିକପଢ଼ନ୍ତୁ:

ବ୍ୟକ୍ତିଗତ ଭିଡିଓ ଭାଇରାଲ ପରେ ଟିକଟକ ଷ୍ଟାର ନେଲେ ବଡ଼ ପଦକ୍ଷେପ