ନୂଆଦିଲ୍ଲୀ : ଦିଲ୍ଲୀ ଓ ଏହାର ଆଖପାଖ ଏନ୍ସିଆର୍ ଅଞ୍ଚଳ (ନୋଏଡା, ଗ୍ରେଟେର ନୋଏଡା, ଗାଜିଆବାଦ, ସାହିବାବାଦ, ଫରିଦାବାଦ, ଗୁରୁଗ୍ରାମ)ରେ ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ଶ୍ରୀମନ୍ଦିର ନୀତି ଅନୁଯାୟୀ ଦିଲ୍ଲୀ ଓ ଏନ୍ସିଆର୍ ଅଞ୍ଚଳର ଜଗନ୍ନାଥ ମନ୍ଦିରଗୁଡ଼ିକରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିଲା। ଦିଲ୍ଲୀର ହଜଖାସ ଜଗନ୍ନାଥ ମନ୍ଦିର ଓ ତ୍ୟାଗରାଜ ନଗର ମନ୍ଦିର ପକ୍ଷରୁ ପାଳନ କରାଯାଇଥିବା ବାହୁଡ଼ା ଯାତ୍ରାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ରହି ରଥଟଣାରେ ସାମିଲ ହୋଇଥିଲେ। ହଜଖାସ ଜଗନ୍ନାଥ ମନ୍ଦିରରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଛେରାପହଁରା କରିଥିଲେ। ଯାତ୍ରା ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଉପଲକ୍ଷେ ହଜଖାସ ଜଗନ୍ନାଥ ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରଥଯାତ୍ରା ଭଳି ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହୋଇଛି।
ଦିଲ୍ଲୀରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା
/sambad/media/post_attachments/wp-content/uploads/2022/07/ratha-delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)