ହଜଖାସ୍‌ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ : କରୋନା କଟକଣା ଯୋଗୁଁ ଦିଲ୍ଲୀସ୍ଥିତ ହଜଖାସ୍‌ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ବାହୁଡ଼ା ଯାତ୍ରା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। କୋଭିଡ ନିୟମ ଓ ସର୍ତ୍ତ ମାନି ମନ୍ଦିରର ପୂଜକ ଓ କିଛି କମିଟି ସଭ୍ୟ ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି କରିଥିଲେ। ବାହୁଡ଼ା ଯାତ୍ରା ପୂର୍ବରୁ ମନ୍ଦିର ଫାଟକ ନିକଟରେ ମନ୍ଦିର ପୂଜକ ଓ କମିଟି ସଭ୍ୟମାନଙ୍କର ଥର୍ମାଲ ସ୍କିନିଂ କରାଯାଇଥିଲା। ଭକ୍ତମାନଙ୍କ ପାଇଁ ଭର୍ଚୁ୍ଆଲ ଦର୍ଶନର ବ୍ୟବସ୍ଥା ବିଭିନ୍ନ ସୋସିଆଲ ମିଡ଼ିଆ ମାଧ୍ୟମରେ କରାଯାଇଥିଲା। ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ଲକ୍ଷାଧିକ ଭକ୍ତମାନଙ୍କର ସମାଗମ ହେଉଥିବା ବେଳେ ଚଳିତ ବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ନିରାଶ କରିଥିଲା।

ସମ୍ବନ୍ଧିତ ଖବର