ଦୁବାଇ: ଏମିରେଟସ ଓଡ଼ିଆ ପରିବାର, ଇୟୁଏଇ ଦ୍ବାରା ଆୟୋଜିତ ଜୁଲାଇ ୫ ତାରିଖ ଶନିବାର ଦିନ ଦୁବାଇର ସ୍ପ୍ରିଙ୍ଗ ଡେଲ ସ୍କୁଲ ଠାରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା଼ ଯାତ୍ରା ପାଳନ କରାଯାଇଥିଲା। । ଦୁବାଇ ଓ ୟୁନାଇଟେଡ ଆରବ ଏମିରେଟସରୁ ଶତାଧିକ ଭକ୍ତ ଯୋଗଦାନ କରିଥିଲେ। ଅପରାହ୍ନ ସକାଳ ୫ଟାରୁ ପୂଜା ଓ ଠାକୁରଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା ।
ଶ୍ରୀ ଜଗନ୍ନାଥ ଅଷ୍ଟକମ ପାଠ ହେବା ପରେ ମହାମନ୍ତ୍ର ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ପରେ ଚୁଡା ଘସା ,ଗଜା ଓ ପୀଡ଼ା ପିଠା ଠାକୁରଙ୍କ ନିକଟରେ ଲାଗି କରାଯିବା ପରେ ସମସ୍ତଙ୍କୁ ବିତରଣ କରାଯାଇଥିଲା । ବିଶେଷ ଆକର୍ଷଣ ଭାବେ ପ୍ରଥମ ଥର ପାଇଁ ୟୁଏଇରେ ଠାକୁର ସୁନାବେଶ ହୋଇଥିଲେ ।
ହରିବୋଲ ହୁଳହୁଳି ଶଙ୍ଖ ଧ୍ବନି ଘଣ୍ଟ ଘଣ୍ଟା ସଂକୀର୍ତ୍ତନ ସହିତ ଖୁବ ଆଡମ୍ବରେ ଆରମ୍ଭ ହୋଇଥିଲା । ପାରମ୍ପରିକ ଓଡ଼ିଆ ଭଜନ ଓ କୀର୍ତ୍ତନ ଗାୟକମାନେ ପରିବେଷଣ କରିଥିଲେ | ଅନୁଷ୍ଠାନର ଗାୟକମାନେ ଭଜନରେ ଲୋକଙ୍କ ମନ କିଣିଥିଲେ । ଏମିରେଟସ ଓଡ଼ିଆ ପରିବାରର ସମସ୍ତ କର୍ମକର୍ତ୍ତାମାନେ ସମସ୍ତ ଓଡ଼ିଆ ଭାଇଭଉଣୀମାନଙ୍କୁ ଓ ଭକ୍ତମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।