ଚତରା: ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାକୁ ଆସୁଥିବା ପ୍ରାର୍ଥୀଙ୍କର ଭିନ୍ନ ଭିନ୍ନ ଶୈଳୀ ଦେଖିବାକୁ ମିଳୁଛି। ଭୋଟ୍ ପାଇବା ଆଶାରେ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏବେ ଝାଡଖଣ୍ଡର ଚତରାରୁ ଏଭଳି ଜଣେ ପ୍ରାର୍ଥୀଙ୍କ ଭିଡିଓ ସାମ୍ନାକୁ ଆସିଛି, ଯିଏ ଖଟିଆରେ ବସି ନାମାଙ୍କନ ଦାଖଲ କରିବାକୁ ଆସୁଛନ୍ତି। ପ୍ରାର୍ଥୀଜଣକ ହେଉଛନ୍ତି ବହୁଜନ ମୁକ୍ତି ପାର୍ଟିର ମହେଶ ବଣ୍ଡୋ। ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ନାମାଙ୍କନ ପତ୍ର ଦାଖଲ କରିବା ପରେ ମହେଶ କହିଛନ୍ତି ଯେ, ସେ ଚତରାର ସମସ୍ୟାକୁ ଦେଖି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଲୋକସଭା ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ରହିଛି ଏବଂ ଏହାର ମୂଳୋତ୍ପାଟନ କରିବା ଅତ୍ୟନ୍ତ ଜରୁରୀ। ଏଠାକାର ରାସ୍ତା ଖରାପ ଅବସ୍ଥାରେ ଅଛି, ଏଥିରେ ସୁଧାର ଆଣିବାର ଅଛି। ଖଟିଆରେ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଛି କାରଣ ଖଟିଆ ମୋର ନିର୍ବାଚନୀ ଚିହ୍ନ। ଆମର ଜନ୍ମ ଖଟିଆରେ ହୁଏ, ଏହା ଉପରେ ଖେଳି ଆମେ ଜୀବନ ବଞ୍ଚିବା ଆରମ୍ଭ କରୁ ଏବଂ ଏହି ଖଟ ଉପରେ ଆମର ଶେଷ ନିଶ୍ବାସ ତ୍ୟାଗ କରୁ। ଏହି ଖଟଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ମୁଁ ଏହି ନିର୍ବାଚନରେ ଜିତେ ତେବେ ମୂଳରୁ ସମସ୍ତ ସମସ୍ୟାର ସମାଧାନ ହେବ।