ନୂଆଦିଲ୍ଲୀ : ଦିଲ୍ଲୀ ଶାସନ କ୍ଷମତାରେ ଥିବା କେଜ୍ରିୱାଲ ସରକାରଙ୍କର ନୂତନ ମଦ ନୀତି ବିରୋଧରେ ଆଜି ଦିଲ୍ଲୀ ବିଜେପି ପକ୍ଷରୁ ଏକ ବିଶାଳ ଭର୍ଚୁଆଲ୍‌ ସମାବେଶର ଆୟୋଜନ କରାଯାଇଥିଲା। ସମାବେଶରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ଦିଲ୍ଲୀ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଯୋଗଦେଇଥିଲେ। ଦୁଇ ନେତା କେଜ୍ରିୱାଲ ସରକାରଙ୍କ ମଦ ନୀତିକୁ କଟୁ ସମାଲୋଚନା କରିଥିଲେ। ଏହା ସହିତ ଶ୍ରୀ ପଣ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।