ବୈଜୟନ୍ତଙ୍କୁ ଅଲଗା ସିଟ୍‌ ଆବଣ୍ଟନ କରିବାକୁ ବାଚସ୍ପତିଙ୍କୁ ପତ୍ର

ନୂଆଦିଲ୍ଲୀ: ବିଜେଡ଼ିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାରେ ଅଲଗା ସିଟ ଆବଣ୍ଟନ କରିବାକୁ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ  ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପତ୍ର ଲେଖିଛନ୍ତି। ବୈଜୟନ୍ତ ଦଳରୁ ନିଲମ୍ବିତ ହୋଇଥିବାରୁ ବିଜେଡ଼ି ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରୁ ଅଲଗା ସିଟ ଆବଣ୍ଟନ କରିବାକୁ ପତ୍ରରେ ଲେଖାଯାଇଛି। ସାଂସଦ ବୈଜୟନ୍ତ ପଣ୍ଡା ୨୦୧୪ ମସିହା ସେପ୍ଟେମ୍ବର ୧ ତାରିଖରୁ ଗୃହ ବ୍ୟପାର ସମ୍ପର୍କୀତ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଥିବାରୁ ଉକ୍ତ ସଦସ୍ୟ ପଦରୁ ତାଙ୍କୁ ବାଦ୍‌ ଦେବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ସହିତ ଉକ୍ତ କମିଟିରେ ବୈଜୟନ୍ତଙ୍କ ପରିବର୍ତ୍ତେ ଅନ୍ୟ ଜଣେ ବିଜେଡି ବିଧାୟକଙ୍କୁ ସ୍ଥାନ ଦେବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ୨୪ ତାରିଖରେ ବୈଜୟନ୍ତଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।

ସମ୍ବନ୍ଧିତ ଖବର