ବିହାରର ପୂର୍ବତନ ମନ୍ତ୍ରୀ କା‌ର୍ତ୍ତିକେୟ ସିଂହଙ୍କ ଜାମିନ ଆବେଦନ ଖାରଜ

ପା‌ଟନା : ୨୦୧୪ ମସିହାର ଏକ ଅପହରଣ ମାମଲାରେ ଆଜି ବିହାରର ପୂର୍ବତନ ମନ୍ତ୍ରୀ କାର୍ତ୍ତିକେୟ ସିଂହଙ୍କ ଜାମିନ ଆବେଦନ ଖାରଜ ହୋଇଯ‌ାଇଛି। ପାଟନା ଜିଲ୍ଲାର ଦନାପୁର କୋର୍ଟ ସିଂହଙ୍କ ଜାମିନକୁ ମଂଜୁର କରିନାହାନ୍ତି। ସିଂହ ଗତରାତିରେ ମହାମେଣ୍ଟ ସରକାରରୁ ଇସ୍ତଫା ଦେଇଥିଲେ। ୨୦୧୪ ମସିହାର ଏକ ଅପହରଣ ମାମଲାରେ ସେ ଅଭିଯୁକ୍ତ। ତେବେ ସିଂହଙ୍କୁ ଆଇନ ମନ୍ତ୍ରୀ କରାଯିବାପରେ ବିବାଦ ବଢ଼ିଥିଲା। କୋର୍ଟ ସିଂହଙ୍କୁ ହାଜର ହେବାପାଇଁ କହିଥିଲେ। କିନ୍ତୁ କାର୍ତ୍ତିକେୟ ସିଂହ କୋର୍ଟରେ ହାଜର ହୋଇନାହାନ୍ତି। ଏହି କାରଣ ପାଇଁ ଜାମିନ ଆବେଦନ ଖାରଜ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର