ପୁନେ: ଭୀମା କୋରେଗାଓଁ ହିଂସା ମାମଲାରେ ମାଓବାଦୀ ଲିଙ୍କ୍ ନେଇ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ମଧ୍ୟରୁ ୩ ଜଣ ସାମାଜିକ କର୍ମୀ ସୁଧା ଭରଦ୍ବାଜ, ଭେର୍ନନ୍ ଗନସାଲଭେସ୍୍ ଏବଂ ଅରୁଣ ଫେରେରାଙ୍କ ଜାମିନ ଆବେଦନକୁ ଆଜି ପୁନେର ଏକ ସ୍ବତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି। ଉକ୍ତ ୩ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ସମୟ ଆଜି ଶେଷ ହେଉଥିବାବେଳେ ସେମାନେ କୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ପୁନେ କୋର୍ଟ ସେମାନଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ପ୍ରାରମ୍ଭରେ ଚଳିତ ସପ୍ତାହରେ ହାଇଦ୍ରାବାଦ୍ କୋର୍ଟ ଅନ୍ୟ ଜଣେ ସାମାଜିକ କର୍ମୀ ବରବରା ରାଓଙ୍କ ଗୃହବନ୍ଦୀ ସମୟ ୩ ସପ୍ତାହକୁ ବୃଦ୍ଧି କରିଥିଲେ। ଅନ୍ୟପକ୍ଷରେ ସାମାଜିକ କର୍ମୀ ଗୌତମ ନବଲଖାଙ୍କ ଗୃହବନ୍ଦୀକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ଆଜି ପୁନେ କୋର୍ଟରେ ୩ ସାମାିଜକ କର୍ମୀଙ୍କ ଜାମିନ ଆବେଦନ ଖାରଜ ହୋଇଯିବାପରେ ସେମାନେ ଏହାକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଅଗଷ୍ଟ ୨୮ ତାରିଖରେ ଏହି ୫ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥିଲା ଏବଂ ଅଗଷ୍ଟ ୩୦ ତାରିଖରେ ସୁପ୍ରିମକୋର୍ଟ ସମସ୍ତ ୫ ଜଣ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଆଦେଶକୁ କାଏମ ରଖିଥିଲେ।
ଭୀମା କୋରେଗାଓଁ ହିଂସା ମାମଲା, ୩ ସାମାଜିକ କର୍ମୀଙ୍କ ଜାମିନ ଆବେଦନ ଖାରଜ
/sambad/media/post_attachments/wp-content/uploads/2018/10/1111.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)