ଆଶାରାମ ବାପୁଙ୍କ ଜାମିନ ଆବେଦନ ଖାରଜ, ଅନୁଗାମୀଙ୍କ ଭିଡ଼ ଆଶଙ୍କାରେ ଜାମିନ ନାମଞ୍ଜୁର କଲେ ବିଚାରପତି

ଅହମ୍ମଦାବାଦ: ନାବାଳିକାକୁ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଜାମିନ ମିଳିନାହିଁ | ତାଙ୍କ ତରଫରୁ ଦାଖଲ ହୋଇଥିବା ଜାମିନ ଆବେଦନକୁ ଗୁଜୁରାଟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜାମିନ ଆବେଦନ ଖାରଜକୁ ନେଇ ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍ ସୁପଏହିୟା କହିଛନ୍ତି ଯେ ‘ଅସୁମାଲ ହରପାଲାନି ଓରଫ ଆଶାରାମ ବାପୁଙ୍କୁ ଅସ୍ଥାୟୀ ଜାମିନ ମିଳିବ ନାହିଁ। କାରଣ, ଯଦି ସେ ବାହାରକୁ ଆସନ୍ତି, ତେବେ ତାଙ୍କ ଅନୁଗାମୀମାନେ ବହୁ ସଂଖ୍ୟାରେ ସାକ୍ଷାତ କରିବାକୁ ଆସିବେ ଏବଂ କରୋନା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ରହିଛି।

ଏଠାରେ ସୂଚନା ଥାଉ କି ଆଶାରାମ ବିଭିନ୍ନ କାରଣରୁ ଚାରିମାସ ପାଇଁ ଅସ୍ଥାୟୀ ଜାମିନ ଆବେଦନ କରିଥିଲେ। ଜାମିନ ଆବେଦନପତ୍ରରେ ଆଶାରାମଙ୍କ ଓକିଲ କହିଥିଲେ ଯେ ତାଙ୍କୁ ୮୪ ବର୍ଷ ହୋଇଥିବାରୁ ରାଜସ୍ଥାନ ଜେଲରେ ତାଙ୍କୁ ସଂକ୍ରମିତ ହେବାର ଅନେକ ସମ୍ଭାବନା ରହିଛି। ସେ (ଆଶାରାମ) ଗତ କିଛି ବର୍ଷ ଧରି ନ୍ୟାୟିକ ହେପାଜତରେ ଥିଲେ ଏବଂ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ଅଛନ୍ତି। ତେଣୁ ତାଙ୍କୁ ଜାମିନରୁ ଜେଲରୁ ବାହାରକୁ ଯିବାକୁ ଦିଆଯାଉ।

ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ କୋର୍ଟ ଆଶାରାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି | ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୧୩ ରେ ଆଶାରାମଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କୁ ୨୦୧୮ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା | ସେହିପରି ୩୦ ଏପ୍ରିଲ ୨୦୧୯ ମଙ୍ଗଳବାର ଦିନ ନାରାୟଣ ସାଇଙ୍କୁ ସୁରଟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ନାରାୟଣ ସାଇ ବର୍ତ୍ତମାନ ସେ ବର୍ତ୍ତମାନ ସୁରଟର ଲଜପୁର ଜେଲରେ ଅଛନ୍ତି |

ସମ୍ବନ୍ଧିତ ଖବର