ଆରେ କଲୋନି ବିବାଦ: ଗିରଫ ହୋଇଥିବା ୨୯ ଜଣଙ୍କ ଜାମିନ୍‌ ଆବେଦନକୁ ମଞ୍ଜୁର କଲେ ଅଦାଲତ

ମୁମ୍ବାଇ: ମୁମ୍ବାଇର ଆରେ କଲୋନିରେ ପ୍ରଶାସନର ଗଛକଟାକୁ ବିରୋଧ କରି ଗିରଫ ହୋଇଥିବା ୨୯ ଜଣଙ୍କ ଜାମିନ୍‌ ଆବେଦନକୁ ଅଦାଲତ ମଞ୍ଜୁର କରିଛନ୍ତି। ସେମାନଙ୍କୁ ଗତକାଲିଠାରୁ ପୁଲିସ୍‌ ହେପାଜତରେ ରଖାଯାଇଥିଲା।

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ମୁମ୍ବାଇର ମୁତୟନ ହୋଇଥିବା ପୁଲିସ୍‌ କର୍ମଚାରୀଙ୍କୁ କର୍ତ୍ତବ୍ୟ ସଂପାଦନ କରିବାରେ ଶନିବାର ବାଧା ସୃଷ୍ଟି କରିଥିଲେ ଆନ୍ଦୋଳନକାରୀ। ପ୍ରଶାସନର ଗଛକଟାକୁ ବିରୋଧ କରି ୬ ଜଣ ମହିଳାଙ୍କ ସମେତ ୨୯ ଜଣ ପୁଲିସ୍‌ ହାତରେ ଗିରଫ ହୋଇଥିଲେ। ଏପରିିକି କିଛି ପୁଲିସ୍‌ କର୍ମଚାରୀଙ୍କୁ କିଛି ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ। ଏହି ସମୟରେ ପୁଲିସ୍‌ ସହ ଲୋକଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା।

ଏମ୍‌ଏମ୍‌ଆର୍‌ସିଏଲ୍‌ ଗତ ଶୁକ୍ରବାରଠାରୁ କାର୍‌ ପାର୍କିଂ ସେଡ୍‌ ନିର୍ମାଣ ଲାଗି ଗଛକଟା ଆରମ୍ଭ କରିଥିଲା। ଏହାକୁ କିଛି ପରିବେଶ ପ୍ରେମୀ ବିରୋଧ କରିଥିଲେ। ଗଛକଟା ଉପରେ ରହିତାଦେଶ ଲାଗି ବମ୍ବେ ହାଇକୋର୍ଟରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆବେଦନ ମଧ୍ୟ କରିଥିଲା। କିନ୍ତୁ ହାଇକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହାପରେ ମୁମ୍ବାଇର ସବୁଜ ବଳୟ କୁହାଯାଉଥିବା ଆରେ କଲୋନିରେ ପ୍ରଶାସନ ପକ୍ଷରୁ ଗଛକଟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର