ସଞ୍ଜୟ ରାଉତଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟକୁ ବାତିଲ କଲେ ଅଦାଲତ

ମୁମ୍ବାଇ: ଶିବସେନା ନେତା ତଥା ସାଂସଦ ବିଜେପି ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ଜାମିନଯୋଗ୍ୟ ୱାରେଣ୍ଟକୁ ଗୁରୁବାର ମୁମ୍ବାଇର ଏକ ଅଦାଲତ ବାତିଲ କରି ଦେଇଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ନେତା କିରିଟ ସୋମାୟାଙ୍କ ପତ୍ନୀ ମେଧା ସୋମାୟାଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ଅଭିଯୋଗ ମାମଲାରେ ଅଦାଲତରେ ହାଜର ହେବା ପରେ ମୁମ୍ବାଇର ଏକ ଅଦାଲତ ଗୁରୁବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଜାରି ହୋଇଥିବା ଜାମିନଯୋଗ୍ୟ ୱାରେଣ୍ଟକୁ ବାତିଲ କରିଛନ୍ତି।

ସେୱରି ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ଗତ ମାସରେ ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଏକ ସମନ ଜାରି କରି ଜୁଲାଇ ୪ରେ ଅଦାଲତରେ ହାଜର ହେବାକୁ କହିଥିଲେ। ତେବେ, ଅଦାଲତଙ୍କ ସମନ ପରେ ବି ସାଂସଦ ରାଉତ ଅଦାଲତରେ ହାଜର ହୋଇ ନଥିଲେ। ଯାହା ପରେ ତାଙ୍କ ବିରୋଧରେ ଅଦାଲତଙ୍କ ପକ୍ଷରୁ ଜାମିନଯୋଗ୍ୟ ଗିରଫ ପରଓ୍ଵାନା (ୱାରେଣ୍ଟ) ଜାରି କରାଯାଇଥିଲା।

ତେବେ, ଗୁରୁବାର ଦିନ, ସାଂସଦ ରାଉତ ତାଙ୍କ ଓକିଲଙ୍କ ସହ ମାଜିଷ୍ଟ୍ରେଟଙ୍କ ନିକଟରେ ଅଦାଲତରେ ହାଜର ହୋଇଥିଲେ ଏବଂ ୱାରେଣ୍ଟ ବାତିଲ ପାଇଁ ଏକ ଆବେଦନ କରିଥିଲେ, ଯାହାକୁ କୋର୍ଟ ଅନୁମତି ଦେଇଥିଲେ। ଅଦାଲତ ରାଜ୍ୟସଭା ସଦସ୍ୟଙ୍କ ଜାମିନ ଆବେଦନକୁ ମଧ୍ୟ ଗ୍ରହଣ କରି ତାଙ୍କୁ ୧୫,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ମୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର