ବଜାଜ୍ ଫାଇନାନ୍ସରେ ନିବେଶ କଲା ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା,ଏଚଡିଏଫସି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କ ପରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପିଓସିର ତୃତୀୟ ନିବେଶ

ନୂଆଦିଲ୍ଲୀ: ଭାରତ ଓ ଚୀନ ଭିତରେ ଚାଲିଥିବା ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଭିତରେ ଏବେ ଏକ ବଡ଼ ଖବର ଆସିଛି । ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ପିଓସି ଏବେ ପୁଣି ଏକ ଭାରତୀୟ କମ୍ପାନିର ଅଂଶଧନ କିଣିଛି ।  ଚୀନର ପିଓସି ବ୍ୟାଙ୍କ ଏଚଡିଏଫସି ଲିମିଟେଡ ଓ ଆଇସିଆଇସିଆଇ ବ୍ୟାଙ୍କର ଅଂଶଧନ କିଣିବା ପରେ ଏବେ ବଜାଜ ଫାଇନାନ୍ସରେ ନିବେଶ ଆରମ୍ଭ କରିଛି । ଏହି ନିବେଶ ବଜାଜ ଫାଇନାନ୍ସ ମୋଟ ଅଂଶଧନର ୧ ପ୍ରତିଶତ ନିବେଶ କରିଥିବା ସୂଚନା ମିଳିଛି । ୧ ପ୍ରତିଶତରୁ କମ୍ ନିବେଶ କରିଥିବାରୁ ଷ୍ଟକ ଏକ୍ସଚେଞ୍ଜ ଏହା ବାବଦରେ କିଛି ସୂଚନା ଦେଇନାହିଁ ।

ଅର୍ଥନୈତିକ ଏକ୍ସପର୍ଟ ମାନେ କହିଛନ୍ତି କି ଏହି ୩ ଟି କମ୍ପାନିରେ ପିଓସି ଯେଉଁ ନିବେଶ କରିଛି ତାହା ଏକ ପ୍ରତିଶତରୁ କମ୍ ହୋଇଥିବାରୁ  ତାହା ଦେଶ ଅର୍ଥନିତୀରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ସୂଚନା ମୁତାବକ, ପୂର୍ବମାସରେ ପଓସି ବା ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ଭାରତୀୟ କମ୍ପାନି ଆଇସିଆଇସିଆଇ ବ୍ୟାଙ୍କିଙ୍ଗ୍ ରେ ବି ୧ ପ୍ରତିଶତରୁ କମ ଅଂଶଧନ କିଣିଥିଲା । ଏହା ପୂର୍ବରୁ ଏଚଡିଏଫସି ଲିମିଟେଡରେ ବି ସମାନ ଅଂଶଧନ କିଣିଥିଲା ପିଓସି । ହେଲେ କିଛି ଦିନ ଭିତରେ ଏହି ଅଂଶଧନ ଏକ ପ୍ରତିଶତରୁ ବି ଅଧିକ ହୋଇଥିବା ଜଣାପଡିଛି । ଏହାସହ ଭାରତର ୩ ଟି ବ୍ୟାଙ୍କିଙ୍ଗ ସେକ୍ଟରରେ ପିଓସି ତାର ନିବେଶ କରିଛି ।
Bernstein downgrades Bajaj Finance amid lockdown - The Economic Times
The Economic Times
ଏଠାରେ କଥା ଉଠୁଛି ଯେତେବେଳେ ଭାରତ ସରକାର ଚୀନର ବିଭିନ୍ନ ଆପ୍ କୁ ବ୍ୟାନ କରୁଛନ୍ତି, ସେତେବେଳେ ଭାରତୀୟ କମ୍ପାନିମାନଙ୍କରେ ଚୀନ ନିବେଶ ଉପରେ କାହିଁକି ରୋକ୍ ଲଗାଉନାହିଁ ।  ଏହାକୁ ନେଇ ଏକ୍ସପର୍ଟ ମାନେ କହିଛନ୍ତି କି ଚୀନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରଥମ ନିବେଶ ପରେ ଭାରତ ସରକାର ପଡୋଶୀ ଦେଶରୁ ଆସୁଥିବା ଏଫଡିଆଇ  ଓ ବିଦେଶୀ ପୋର୍ଟଫୋଲିଓ ନିବେଶର ନିୟମ କଡା କଡି କରିଥିଲେ । ଏପ୍ରିଲ ୨୦୧୬ ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ଦେଶରେ ୧୬ ଶହରୁ ଅଧିକ କମ୍ପାନିରେ ଚୀନ ଏକ ଅରବ ଡଲାରରୁ ଅଧିକ ଟଙ୍କାର  ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ କରିଛି ।
ସମ୍ବନ୍ଧିତ ଖବର