ଯେଉଁ ଅଟଳଙ୍କ ଅଟଳ ନିଷ୍ପତ୍ତିିିରେ ଭାରତ ଆଜି ପରମାଣୁ ରାଷ୍ଟ୍ର, ସେହି ଅଟଳ ଏବେ ଏମ୍ସରେ ଅଚଳ ଭାବେ ଚିକିତ୍ସିତ

ନୂଆଦିଲ୍ଲୀ: ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଏମ୍ସରେ ଜୀବନସଂଗ୍ରାମ ଚଳାଇଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗୀନ ଅଛି ବୋଲି ଏମ୍‌ସ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି। ତେବେ ଯେଉଁ ଅଟଳ ବିହାରୀ ଆଜି ଅଚଳ ଭାବେ ଏମ୍ସରେ ପଡ଼ିଛନ୍ତି, ସେହି ଅଟଳ ବିହାରୀ ବାଜପେୟୀଙ୍କ ଅଟଳ ନିଷ୍ପତ୍ତି ଯୋଗୁଁ ଦେଶ ଆଜି ବିଶ୍ୱ ସମୁଦାୟ ଆଗରେଏକ ଆଣବିକ ଶକ୍ତି ସମ୍ପନ୍ନ ଦେଶର ଗୌରବ ନେଇ ଠିଆହୋଇ ପାରିଛି। ଏମ୍‌ସରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବା ସମ୍ବାଦ ଏମ୍ସ ପକ୍ଷରୁ କୁହାଯିବା ପରେ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ସହତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳର ବହୁ ମନ୍ତ୍ରୀ ଏମ୍‌ସରେ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଏପରିକି ଅଟଳଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇ ଯାଇଛି।


ଯଦିଓ ଭାରତ ପ୍ରଥମ ପରମାଣୁ ପରୀକ୍ଷଣ ୧୯୭୪ ମସିହାରେ କରିଥିଲା, ମାତ୍ର ବାସ୍ତବ କ୍ଷେତ୍ରରେ ୧୯୯୮ ମସିହା ମେ ମାସରେ ଗୋଟିଏ ଦିନରେ ୩ଟି ପରମାଶୁ ବୋମାର ସଫଳ ପରୀକ୍ଷା କରି ଭାରତ ନିଜର ଦକ୍ଷତା ପ୍ରତିବାଦିତ କରିବା ସହିତ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ନେଇଥଲା । ତେବେ ପରମାଣୁ ପରୀକ୍ଷଣ ପାଇଁ ଯେଉଁ ଦୃଢ଼ ନିଷ୍ପତ୍ତି ନେବା କଥା ଓ ଏହାକୁ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ , ଜାପାନ ଓ ପାକିସ୍ତାନ ପରି ଦେଶର ଗୁପ୍ତଚରମାନଙ୍କ ଆଖିରୁ ହଟାଇ ସଫଳତା ଦେବା କୌଣସି ପରିସ୍ଥିତିରେ ଏକ ସହଜ ବ୍ୟାପାର ନ ଥିଲା।

ତେବେ ଭାରତର ପଡୋଶୀ ଚୀନର ଦିନକୁ ଦିନ ବଢ଼ୁଥିବା ପରମାଣୁ ଶକ୍ତି ଓ ଚୀନ ବଳରେ ଘୋରି କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ ଗଜନୀ କ୍ଷେପଣାସ୍ତ୍ରର ପରୀକ୍ଷା ପାଇଁ ପାକିସ୍ତାନର ପ୍ରସ୍ତୁତି ଭାରତ ପାଇଁ ଚିନ୍ତାର ବିଷୟ ଥିଲା। ଏଥିପାଇଁ ଭାରତୀୟ ସେନାଧ୍ୟକ୍ଷ ବିପି ମଲ୍ଲିକ ଅଟଳବିହାରୀ ବାଜପେୟୀଙ୍କୁ ଭେଟି ସେନା ମନୋବଳ ବୃଦ୍ଧିି ପାଇଁ ନିବେଦନ କରିଥିଲେ।ଏହାର ଦୁଇ ଦିନ ପରେ ଦେଶର ତତ୍‌କାଳୀନ ମିସାଇଲମ୍ୟାନ ଭାବେ ପରିଚିତ ଏପିଜେ ଅବଦୁଲ କାଲାମ ବାଜପେୟୀଙ୍କୁ ଭେଟିବା ପରେ ପରମାଣୁ ବୋମା ପରୀକ୍ଷଣ ପାଇଁ ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ବାଜପେୟୀ। ଆଉ ଆମେରିକାର ସାଟେଲାଇଟ୍‌ ସିଷ୍ଟମକୁ ଚକ୍‌ମା ଦେଇ ପରମାଣୁ ବାମା ପରୀକ୍ଷର ପାଇଁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଶେଷର ୧୯୯୮ ମସିହା ମେ ୧୧ ତାରିଖ ଦିନ ଲଗାତର ଭାରତ ୩ଟି ପରମାଣୁ ବୋମା ପରୀକ୍ଷା କରିବା ସହିତ ବିଶ୍ୱବାସୀଙ୍କୁ ଚମକାଇ ଦେଇଥିଲା। ତେବେ ଅଟଳ ବିହାରୀ ବାଜପେୟୀ ଭାରତକୁ ପରମାଣୁ ରାଷ୍ଟ୍ର କରିବା ପାଇଁ ବହୁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥଲେ।

ବାଜପେୟୀ ଯେତେବେଳେ ପ୍ରଥମ ଥର ପାଇଁ ମାତ୍ର ୧୩ ଦିନର ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ମଧ୍ୟ ସେ ପରମାଣୁ ପରୀକ୍ଷାଣ ପାଇଁ ପଦକ୍ଷେପ ନେବାକୁ ସିଙ୍ଗଲ ପଏଣ୍ଟ ପ୍ରୋଗ୍ରାମ ସ୍ଥିର କରିଥିଲେ। ମାତ୍ର ସରକାର ଭାଙ୍ଗିଯିବ ବୋଲି ସ୍ପଷ୍ଟ ହେବା ପରେ ସେ ଆଉ ସେ ଦିଗରେ ଆଗେଇ ନ ନ ଥିଲେ।ମାତ୍ର ନିଜ ମନ ଭିତରେ ଥିବା ଅଟଳ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଅଟକଳ ବିହାରୀ ବାଜପେୟୀ ପୂନର୍ବାର କ୍ଷେମତାକୁ ଆସିବା ମାତ୍ରେ ନିଷ୍ପତ୍ତି ନେଇିଥିଲେ। ଅବଶ୍ୟ ଏଥିପାଇଁ ୧୯୯୫ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ଆମେରିକାର ଚାପ ଯୋଗୁଁ ଏହା ସମ୍ଭବ ହୋଇ ପାରି ନ ଥିଲା। ମାତ୍ର ଶ୍ରୀ ବାଜପେୟୀ ପରମାଣୁ ବୋମା ପରୀକ୍ଷଣ କରି ଭାରତ ଉପରୁ ସେହି ଚାପ ହଟାଇବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର