କଶ୍ମୀର ସଙ୍କଟର ସ୍ଥାୟୀ ସମାଧାନ ଚାହୁଥିଲେ ବାଜପେୟୀ: ଜେନେରାଲ ଭି.ପି. ମଲ୍ଲିକ

ନୂଆଦିଲ୍ଲୀ:   କଶ୍ମୀରୀ ଲୋକଙ୍କ ମନ ଓ ହୃଦୟ ଜିଣି କଶ୍ମୀର ସଙ୍କଟର ସ୍ଥାୟୀ ସମଧାନ କରିବାକୁ  ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚାହୁଥିଲେ ଏବଂ ଏ ଦିଗରେ ନିଷ୍ଠାର ସହ ଆଗକୁ ବଢ଼ୁଥିଲେ ବୋଲି ଜେନେରାଲ ଭି.ପି. ମଲ୍ଲିକ କହିଛନ୍ତି। କାର୍ଗିଲ ଯୁଦ୍ଧ ସମୟରେ  ଭାରତର ସେନାମୁଖ୍ୟ ରହିଥିବା ଜେନେରାଲ ମଲ୍ଲିକ କହିଛନ୍ତି ଯେ ସେନାର ଅଭିଯାନ ନେଇ ବାଜପେୟୀ କୌଣସି ପ୍ରଶ୍ନ ଉଠାଇନଥିଲେ ଏବଂ ସର୍ବନିମ୍ନ ବଳ ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରାଯାଉଥିଲା। ଜଣେ କବି ଓ ସମ୍ବେଦନଶୀଳ ରାଜନେତା ଭାବେ ସେ ଚିରାଚରିତ ରୀତିନୀତିରୁ ଊର୍ଦ୍ଧ୍ୱକୁ ଉଠି ପଦକ୍ଷେପ ନେଉଥିଲେ ବୋଲି ସେ କହିଛନ୍ତି।  ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଭିତରେ ଉଭୟ ପକ୍ଷର ଜନସାଧାରଣଙ୍କ ମନୋଭାବକୁ ସେ ଅତ୍ୟନ୍ତ ସତର୍କତାର ସହ ଅନୁଧ୍ୟାନ କରୁଥିଲେ ବୋଲି ଜେନେରାଲ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର