ବଜରଙ୍ଗ ଦଳ ପ୍ରତିବାଦ କରିବାରୁ ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ ଦର୍ଶନ କରି ନ ପାରି ଫେରିଗଲେ ରଣବୀର କପୁର୍‌ ଓ ଆଲିୟା ଭଟ୍ଟ

ଉଜ୍ଜୟିନୀ: ଗୋ ମାଂସ ଉପରେ ଅଭିନେତା ରଣବୀର କପୁର ଦେଇଥିବା ମନ୍ତବ୍ୟ ପାଇଁ ବିଶ୍ବ ହିନ୍ଦୁ ପରିଷଦ୍‌ ଏବଂ ବଜରଙ୍ଗ ଦଳ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରିବାରୁ ମଙ୍ଗଳବାର ସନ୍ଧ୍ୟାରେ ରଣବୀର ଓ ତାଙ୍କ ପତ୍ନୀ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳେଶ୍ବର ଜ୍ୟୋତିର୍ଲିଙ୍ଗ୍‌ ଦର୍ଶନ କରିପାରିନାହାନ୍ତି।

ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ର ସଫଳତା ନିମନ୍ତେ ପ୍ରାର୍ଥନା କରିବା ଲାଗି ପ୍ରଡକସନ୍‌ ଟିମ୍‌ ସହିତ ଅଭିନେତା ରଣବୀର ଓ ଅଭିନେତ୍ରୀ ଆଲିୟା ମହାକାଳେଶ୍ବର ମନ୍ଦିରକୁ ଆସିଥିଲେ। କିନ୍ତୁ, ପୁଲିସ କର୍ମଚାରୀମାନଙ୍କ ସହିତ ହିନ୍ଦୁ ସଂଗଠନର କର୍ମୀମାନଙ୍କ ଯୁକ୍ତିତର୍କ ଏବଂ ଧସ୍ତାଧସ୍ତି ଯୋଗୁଁ ପ୍ରାୟ ୨ ଘଣ୍ଟାରୁ ଅଧିକ କାଳ ମନ୍ଦିର ଚାରିପଟେ କୋଳାହଳ ଲାଗି ରହିଥିଲା।

Image Courtesy of Free Press Journal

ଆଲିୟା ଭଟ୍ଟ, ରଣବୀର କପୁର, ‘ବ୍ରହ୍ମସ୍ତ୍ର’ ଚଳଚ୍ଚିତ୍ରର ନିର୍ଦେଶକ ଆୟନ୍‌ ମୁଖାର୍ଜୀ ଏବଂ ‘ପ୍ରଡକ୍ସନ୍‌ ଟିମ୍‌’ ସନ୍ଧ୍ୟା ପ୍ରାୟ ୭ଟା ବେଳେ ମନ୍ଦିରକୁ ଆସୁଥିବା ଖବର ପାଇବା କ୍ଷଣି ଉପରୋକ୍ତ ହିନ୍ଦୁ ସଙ୍ଗଠନର କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ ଅପରାହ୍ଣ ୪ଟାରୁ ସଜାଗ ହୋଇ ରହିଥିଲେ। ‘ବିଶ୍ବ ହିନ୍ଦୁ ପରିଷଦ୍‌’ର ନେତା ଅଶୋକ ଜୈନ୍‌ ଏବଂ ‘ବଜରଙ୍ଗ ଦଳ’ର ନେତା ଅଙ୍କିତ ଚୌବେଙ୍କ ନେତୃତ୍ବରେ ପ୍ରତିବାଦକାରୀମାନେ କଳା ପତାକା ପ୍ରଦର୍ଶନ କରି ଜୟ ସୀତାରାମ ‘ସ୍ଲୋଗାନ୍‌’ ଦେଇଥିଲେ।

Image Courtesy of The New Indian Express

ପୁଲିସ ବାଧା ଦେବାରୁ ‘ବଜରଙ୍ଗ ଦଳ’ କର୍ମୀ ସେମାନଙ୍କ ସହିତ ଭୀଷଣ ଯୁକ୍ତି କରିଥିଲେ। ଫଳରେ ପୁଲିସ ମନ୍ଦିର ନିକଟରୁ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଲାଠି ଚାର୍ଜ କରିଥିଲା। ଉକ୍ତ ଚଳଚ୍ଚିତ୍ରର ‘ପ୍ରଡକସନ୍‌ ଟିମ୍‌’ ଏବଂ ନିର୍ଦେଶକ ଆୟନ୍‌ ମୁଖାର୍ଜୀ ମନ୍ଦିରର ଗର୍ଭଗୃହ ମଧ୍ୟକୁ ଯାଇ ବାବା ମହାକାଳଙ୍କୁ ଦର୍ଶନ କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ବି ଆଲିୟା ଓ ରଣବୀରଙ୍କୁ ମନ୍ଦିର ପରିସର ମଧ୍ୟକୁ ଯାଇ ପାରି ନ ଥିଲେ।

ସ୍ମରଣଯୋଗ୍ୟ, ୨୦୧୧ରେ ରଣବୀର କପୁର ଚଳଚ୍ଚିତ୍ର ‘ରକ୍‌ଷ୍ଟାର୍‌’ର ପ୍ରଚାର ବେଳେ ଖାସି, କୁକୁଡ଼ା ଓ ଗୋମାଂସ ପରି ଆମିଷ ଭୋଜନ ଖାଇବାକୁ ସୁଖପାଆନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର