ଲକ୍ଷ୍ନୌ: ‘ଦୁଷ୍କର୍ମ ପାଇଁ ଧମକ’ ଦେଇଥିବା ଉତ୍ତରପ୍ରଦେଶର ବିବାଦୀୟ ଧର୍ମଗୁରୁ ମହନ୍ତ ବଜରଙ୍ଗ ମୁନି ଦାସ ହେଲେ ଗିରଫ। ଗତ ଶନିବାର ତାଙ୍କ ବିରୋଧରେ ଦୁଷ୍କର୍ମ ପାଇଁ ଧମକ ଦେଇଥିବା ନେଇ ମାମଲା ରୁଜୁ କରାଯାଇଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆଜି ତାଙ୍କୁ ଗିରଫ କରାଯାଇଛି।
ଉଲ୍ଲେଖଯୋଗ୍ୟ, ୟୁପି ଖଇରାବାଦ ସହରର ମହର୍ଷି ଶ୍ରୀ ଲକ୍ଷ୍ମଣ ଦାସ ଉଦାସୀନ ଆଶ୍ରମର ମହନ୍ତ ବଜରଙ୍ଗ ମୁନି ଦାସ ଗତ ଏପ୍ରିଲ ୨ ତାରିଖରେ ଘୃଣା ଭାଷଣ ଦେବା ସହ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ଗୁରୁବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହାର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଥିଲା।
ଭିଡିଓକୁ ଅଧାର କରି ଏତଲା ରୁଜୁ ହେବା ପରେ ଶୁକ୍ରବାର ଦିନ ଅନଲାଇନରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ବିବୃତିକୁ ଭୁଲ ଉପାୟରେ ଉପସ୍ଥାପିତ କରାଯାଇଛି। ମୋର ବିବୃତି ଭୁଲ ଉପାୟରେ ଉପସ୍ଥାପିତ ହୋଇଛି। ମୁଁ ଏଥିପାଇଁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରୁଛି।
ହେଲେ ଜାତୀୟ ମହିଳା ଆୟୋଗ ଏହି ମାମଲାରେ ହସ୍ତକ୍ଷେପ କରି ଅଭିଯୁକ୍ତ ଦାସଙ୍କୁ ଗିରଫ କରିବାକୁ ୟୁପି ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କହିଥିଲେ ଯେ ଏହି ମାମଲାରେ କମିଶନ ମୂକ ଦର୍ଶକ ହୋଇପାରିବ ନାହିଁ ଏବଂ ଏପରି ଘଟଣାକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ସ-107.jpg)