ବାଲାକୋଟ୍‌ ବିମାନ ଆକ୍ରମଣ, ବାୟୁସେନାର ସିକ୍ରେଟ୍‌ କୋଡ୍‌ ‘ଅପରେସନ ବନ୍ଦର’

ନୂଆଦିଲ୍ଲୀ: ଗତ ଫେବ୍ରୁଆରି ୧୪ରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ ପାକିସ୍ତାନର ବାଲାକୋଟ୍‌ରେ ବିମାନ ଆକ୍ରମଣ କରିଥିଲା। ବାଲ‌ାକୋଟ୍‌ରେ ଆକ୍ରମଣ ପାଇଁ ‌ଯେଉଁ ମିସନ୍‌ ଆରମ୍ଭ ହୋଇଥିଲା ତା’ର ସି‌କ୍ରେଟ୍‌ କୋଡ୍‌ ନାମ ଥିଲା ‘ଅପରେସନ ବନ୍ଦର’। ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ଯୁଦ୍ଧ ସଂସ୍କୃତିରେ ମାଙ୍କଡ଼ମାନେ ଅତି ସ୍ବତନ୍ତ୍ର ଦାୟିତ୍ବ ନେଇଛନ୍ତି। ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ ଶ୍ରୀଲଙ୍କା ଯାଇ ରାବଣର ସମଗ୍ର ରାଜଧାନୀକୁ ଧ୍ବଂସ କରିଦେଇଥିଲେ। ତେଣୁ ଭାରତୀୟ ବାୟୁସେନାର ଅପରେସନର ନାମ ‘ଅପରେସନ ବନ୍ଦର’ ରଖାଯାଇଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର