ଭାରତୀୟ ହେଲିକପ୍ଟର ପାକ୍‌ର ବୋଲି ଭାବି ଆକ୍ରମଣ କରିଥିବାରୁ ଦୋଷୀ ସାବ୍ୟସ୍ତ ହେଲେ ୫ଜଣ ବାୟୁସେନା ପାଇଲଟ୍‌

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ନିଜର ୫ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବାକୁ ଯାଉଛି । ୫ଜଣ ଅଧିକାରୀ ଭୁଲବଶତଃ ନିଜ ହେଲିକପ୍ଟରକୁ ଶତ୍ରୁର ହେଲିକପ୍ଟର ବୋଲି ଭାବି ଗୁଳି ଚାଳନା କରିଥିଲେ । ଫେବୃଆରୀ ୨୭ରେ ଶ୍ରୀନଗରରେ ଘଟିଥିଲା ଏଭଳି ଘଟଣା । ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନୀ ବିମାନ ଭାରତକୁ ପ୍ରବେଶ କରୁଥିବାରୁ ଭାରତୀୟ ବିମାନକୁ ପାକ୍‌ ବିମାନ ବୋଲି ଭାବି ବାୟୁସେନାର ୫ଜଣ ଅଫିସର ଏଭଳି ଭୁଲ କରିଥିଲେ ।

Image result for balakot-airstrike-iaf-helicopter-crash-five-officers-guilty
Deccan Chronicle

ଘଟଣା ପରେ ଏହାକୁ ନେଇ ତଦନ୍ତ କରାଯାଇଥିବା ବେଳେ ୫ଜଣ ଅଫିସର ଏବେ ଦୋଷୀ ବୋଲି ପ୍ରମାଣ ହୋଇଛି । ଆଗକୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ନେଇ ବାୟୁସେନା ମୁଖ୍ୟାଳୟକୁ ରିପୋର୍ଟ ପଠାଇ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଫିସରମାନଙ୍କ ମଧ୍ୟରେ ଜଣେ ଗ୍ରୁପ୍‌ କ୍ୟାପ୍ଟେନ, ଦୁଇ ଜଣ ଫ୍ଲାଇଟ୍‌ ଲେପ୍ଟନାଣ୍ଟ ଓ ଦୁଇଜଣ ଉଇଙ୍ଗ୍‌ କମାଣ୍ଡର ଅଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବାୟୁସେନା ପକ୍ଷରୁ ମୃତ୍ୟୁବରଣ କରିଥିବା ଯବାନଙ୍କ ପରିବାରକୁ ଆଶ୍ୱାସନା ଦିଆଯାଇ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି କୁହାଯାଇଥିଲା ।

ସମ୍ବନ୍ଧିତ ଖବର