ବାଲାକୋଟ୍‌ ଆତଙ୍କବାଦୀ ତାଲିମ କେନ୍ଦ୍ର ପୁଣି ସକ୍ରିୟ

୪୦ ଜିହାଦୀ ନେଉଛନ୍ତି ତାଲିମ, ଭାରତରେ ଆକ୍ରମଣ ପାଇଁ ଯୋଜନା

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହାର ପ୍ରତିଜବାବରେ ଭାରତର ବାୟୁସେନା ଫେବ୍ରୁଆରି ୨୭ ତାରିଖରେ ବାଲାକୋଟରେ ଚାଲୁଥିବା ଜୈଶ୍‌ ଏ ମହମ୍ମ (ଜେଇଏମ୍‌)ଆତଙ୍କବାଦୀ ଶିବିର ଉପରେ ବୋମା ପକାଇ ତାହାକୁ ଧ୍ବଂସ କରି ଦେଇଥିଲା। କିନ୍ତୁ କିଛିମାସର ବ୍ୟବଧାନ ପରେ ଏହି ଆତଙ୍କବାଦୀ ଶିବିର ପୂର୍ବପରି ସକ୍ରିୟ ହୋଇଗଲାଣି।

ଏହି ତାଲିମ କେନ୍ଦ୍ରର ପୁନର୍ନିମାଣ ସହିତ ସେଠାରେ ଆତଙ୍କବାଦୀମାନଙ୍କୁ ତାଲିମ ଦିଆଯିବା ଆରମ୍ଭ ହୋଇଯାଇଛି। ଏବେ ୪୦ ଜିହାଦୀଙ୍କୁ ସେଠାରେ ତାଲିମ ଦିଆଯାଉଛି। ଜମ୍ମୁ କଶ୍ମୀର ଏବଂ ଭାରତର ଯେକୌଣସି ସ୍ଥାନରେ ଆକ୍ରମଣ କରିବା ଲାଗି ଏହି ଆତଙ୍କବାଦୀମାନଙ୍କୁ ପ୍ରସ୍ତୁତ କରାଯାଉଛି। ତେବେ ଅନ୍ତର୍ଜାତୀୟ ‌ସମୁଦାୟର ନଜରକୁ ନଆସିବା ଲାଗି ଏମାନେ ନୂଆ ନାମରେ ତାଲିମ ନେଉଥିବା କୁହାଯାଉଛି। ଜମ୍ମୁ କଶ୍ମୀରରୁ ଭାରତ ସରକାର ଗତ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ କରିବା ସହିତ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଦେଇଛନ୍ତି। ଏହାପରେ ପାକିସ୍ତାନର ସହଯୋଗରେ ଏହି ତାଲିମ କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ ହୋଇଛି। ଭାରତ ସରକାର କଶ୍ମୀର ସଂକ୍ରାନ୍ତ ନିଷ୍ପତ୍ତି ନେବା ପରେ ପାକିସ୍ତାନ ସରକାର ଆତଙ୍କବାଦୀ ଗୋଷ୍ଠୀ ଗୁଡ଼ିକ ପ୍ରତି କୋହଳ ମନୋଭାବ ପୋଷଣ କରୁଛି। ବି‌ଶେଷକରି ଭାରତରେ ଆକ୍ରମଣକୁ ଟାର୍ଗେଟ୍‌ କରି ଏହା କରାଯାଇଛି।

ସମ୍ବନ୍ଧିତ ଖବର